Odisha news

ନଦୀ ପଠାରୁ ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ,ଜଣେ ନିଖୋଜ

0
ହିଞ୍ଜିଳିକାଟୁ :-ଗଞ୍ଜାମ ପୁଲିସ ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି।ସ୍ଥାନୀୟ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଜଣେ ଯୁବକ ୨ ଦିନ ପୂର୍ବରୁ  କୌଣସି କାର୍ଯ୍ୟରେ ବାହାରକୁ ଯାଇ ଥିବା ସକାଳେ ମୃତ ଶରୀରକୁ ଠାବ କରାଯାଇଛି।ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିକଟସ୍ଥ ବଳରାମପୁର ଗାଁ ଘୋଡାହଡ ନଦୀ ତଟରୁ ଶବକୁ ଉଦ୍ଧାର କରାଯାଇଛି।
ମୃତକ ହେଲେ ସମ୍ପୃକ୍ତ ଗ୍ରାମର ବଳରାମ ଦାସଙ୍କ ପୁଅ ଲୋକନାଥ (୪୨)।ପୁଲିସ ସୂଚନା ପ୍ରକାରେ ଗତ ୨ଦିନ ପୂର୍ବରୁ ମୃତ ଲୋକନାଥ ନିକରସ୍ଥ ଗ୍ରାମର ଜଣେ ସହଯୋଗୀଙ୍କ ସହିତ ମିଶି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଇ  ଫେରି ନ ଥିଲେ।ପରିବାର ଲୋକେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇ ପାରି ନ ଥିଲେ।ମଙ୍ଗଳବାର ମୃତକର ଶବ ନଦୀ ପଠାରେ ଲାଗିଥିବା ନେଇ ପରିବାର ଲୋକେ ଗ୍ରାମବାସୀଙ୍କ ଠାରୁ ଖବର ପାଇଥିଲେ।ପରେ ସେମାନେ ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଶବକୁ ସେଠାରୁ ଉଦ୍ଧାର କରିଛି।
ଏନେଇ ପୁଲିସ ୨୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।ଘଟଣାର ତଦନ୍ତ ଚାଲିଥିବା ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ  ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।ଅନ୍ୟ ପକ୍ଷରେ ମୃତ ଶରୀରରେ କିଛି ଆଘାତ ଚିହ୍ନ ଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅନ୍ୟ କିଛି ଆଶଙ୍କା ପ୍ରକାଶ ପାଇଛି।ମୃତ ଲୋକନାଥର ଅନ୍ୟ ସହଯୋଗୀ ନିଖୋଜ ଥିବା ଗ୍ରାମବାସୀ ଙ୍କ ଠାରୁ ଖବର ମିଳିଛି।
Ad2
Leave A Reply