Odisha news

ଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ନିରାଡ଼ମ୍ବର ଭାବରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଜୟନ୍ତୀ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ।
ରାଧାକୃଷ୍ଣ ମନ୍ଦିର ପାର୍ଶ୍ଵରେ ଥିବା ଜଗନ୍ନାଥ ମନ୍ଦିରରେ ଗର୍ଭଭଦନ ବନ୍ଦାପନା କରାଯାଇଥିଲା।ଆଜି ସନ୍ଧ୍ୟା ୬.୩୦ ରେ ଷୋଡଶ ପୂଜା, ଆଳତି ଓ ପ୍ରଭୁ ଙ୍କ ନୀତିକାନ୍ତି କରାଯାଇଥିଲା।
ମହାମାରୀ କରୋନା ପାଇଁ ରାଧେକୃଷ୍ଣ ମନ୍ଦିରରେ ଭକ୍ତ ଙ୍କୁ ବାରଣ କରାଯାଇଛି। ସେବାୟତ ଦିଲ୍ଲୀପ କୁମାର ପଣ୍ଡା ଓ ଅନ୍ୟ ସେବାୟତ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଙ୍କ ସହଯୋଗ ରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା।ଆସନ୍ତା କାଲି ନନ୍ଦ ଉତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି।
Ad2
Leave A Reply