ପାଣିକୋଇଲି, ୧୧ା୮ : ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପାଣିକୋଇଲି ଠାରେ ଆଜି ଡଜି ଅଭୟଙ୍କ ଆର୍ବିଭାବ ହୋଇଥିଲା । ଜିଲ୍ଲା ଏସପି ଚରଣ ସିଂହ ମୀନାଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଯାଜପୁର କରୋନା ସମୀକ୍ଷା ଉପରେ ଆଲୋଚନା କରିଥିଲେ ।
କୋଭିଡ କଟକଣା ଏନର୍ଫୋସମେଂଟର ସମୀକ୍ଷା ସହ କୋଭିଡ ପାଇଁ ନିଆଯାଇଥିବା ପଦକ୍ଷେପ ଓ ଜିଲ୍ଲାରେ ଆଉ କଣ ଆବଶ୍ୟକ ରହିଛି ସେ ସର୍ମ୍ପକରେ ସମୀକ୍ଷା କରିବା ସହ ଏଭଳି କରୋନା ଯୁଦ୍ଧର ପରିସ୍ଥିତରେ ଜନସାଧାରଣ ପୁଲିସକୁ ସହଯୋଗ ଦେବାକୁ ଅନୁରୋଧ କରିଥିଲେ । ମାତ୍ର ୧ ଘଂଟାର ସମୀକ୍ଷା ପରେ ସେ ଭଦ୍ରକ ଜିଲ୍ଲା ଗସ୍ତ କରିଥିଲେ ।
