ରାୟଗଡା,୧୦ ।୮(ରବୀନ୍ଦ୍ର ପାଟଖଣ୍ଡଳ ) : ମାତିଛନ୍ତି ଗଞ୍ଜେଇ ଚାଲାଣକାରୀ କୋଭିଡ଼ କଟକଣାକୁ ବାଧେୟକରି ବୋହି ଚାଲିଛନ୍ତି ଶହ ଶହ କ୍ୱୁଇଣ୍ଟାଲ ଗଞ୍ଜେଇ କିନ୍ତୁ ରାୟଗଡା ପୋଲିସକୁ ମିଳିଛି ସଫଳତା । ୨୯୮.୬ କେ.ଜି ଗଞ୍ଜେଇ ଜବତ ସହ ମାଫିଆଙ୍କ ଠାରୁ ନଗଦ ୧ ଲକ୍ଷ ୪ ହଜାର ଟଙ୍କା, ଟ୍ରକ ଏବଂ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି । ସୂଚନା ମୁତାବକ ୯ ତାରିଖ ରାତି ୧୧.୩୦ ସମୟରେ ଗୁଣପୁର ବାଙ୍ଗି ଛକ ଠାରେ ଗୁଣପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗୁମୁଡା ଠାରୁ ଗୁଣପୁର ଅଭିମୁଖେ ଏକ ଟାଟା ଟ୍ରକ ନଂ ୟୁପି୨୫ ଡିଟି ୨୩୪୩ ଦ୍ରୁତ ଗତିରେ ଆସୁଥିବା ପୋଲିସ ଟିମ ଦେଖିବାକୁ ପାଇଥିଲେ ।
ଗାଡିକୁ ଅଟକାଇ ପୋଲିସ ଟିମ ଯାଞ୍ଚ କରିଥିଲେ । ଏବଂ ଗାଡିରେ ୮ଟି ପଲିଥିନ୍ ବ୍ୟାଗ ଥିବା ପୋଲିସ ଟିମ ଦେଖିବାକୁ ପାଇଥିଲେ । ପୋଲିସକୁ ସନେ୍ଦହ ହେବାରୁ ପିଲିଥିନ୍ ବ୍ୟାଗ ଖୋଲି ଦେଖିଥିଲେ । ଏବଂ ୯ଟି ବ୍ୟାଗ ଭିତରେ ୨୯୮.୬ କେ.ଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ ଟିମ ।
ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜେଇ ଚାଲାଣରେ ସଂପକ୍ତି ଥିବା ଜିତେନ୍ଦ୍ର ପାତିକା (୩୬), ଇଲେକ୍ଟ୍ରି ସବ ଷ୍ଟେସନ କଲୋନୀ ଗୁମୁଡା ଅଞ୍ଚଳର ଏବଂ ଟ୍ରକ ଡ୍ରାଇଭର ବର ସିଂ ( ଉତ୍ତର ପ୍ରଦେଶ ) ବାସିନ୍ଦାକୁ ପୋଲିସ ଗିରଫ କରିଛି । ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଆଗରୁ ଏମାନେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିଲେ କି ନାହିଁ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।
ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ନଗଦ ୧ ଲକ୍ଷ ୪ ହଜାର ୧୦୦ ଟଙ୍କା, ଗୋଟିଏ ଭିଭୋ ମୋବାଇଲ ଫୋନ, ଆଧାର କାର୍ଡ, ପାନ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି । ଏଥି ସହ ଗଞ୍ଜେଇ ଚାଲାଣ ନିମନ୍ତେ ବ୍ୟବହାର କରାଯାଇଥିବା ଏକ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି । ଏ ନେଇ ଗୁଣପୁର ପୋଲିସ ଏନଡିପିଏସ ଧାରା ୧୯୮୫ ଅନୁଯାୟୀ କେଶ ନଂ-୧୩୯/ତା ୧୦.୦୮.୨୦୨୦ ରିଖ ଧାରା ୨୦(ବି) (ଓଓ) (ସି ) ଅନୁଯାୟୀ ମାମଲା ରୁଜ୍ଜୁ କରିଥିବା ନେଇ ଆରକ୍ଷୀ ଅଧିକ୍ଷକ ଡ଼ଃ ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।