ରାୟଗଡା ୨୪ ।୫(Rabindra Patkhandal)- ରାଉରକେଲା ଠାରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଅକ୍ସିଜେନ ଟ୍ୟାଙ୍କରରୁ ଅକ୍ସିଜେନ ଲିକ୍ ହୋଇଛି । ଅକ୍ସିଜେନ ଲିକ୍ ଯୋଗୁଁ କୌଣସି ଦୁର୍ଘଟଣା ଘଟିନଥିଲେ ମଧ୍ୟ ଦୀର୍ଘ ୧ ଘଂଟା ବୈଷୟିକ ଟିମ କାମ କରିବା ପରେ ଅକ୍ସିଜେନ ଲିକ୍କୁ ରୋକି ପାରିଥିଲେ । ସୂଚନା ମୁତାବକ ରାଉରକେଲା ଠାରୁ ବାଙ୍ଗାଲୋର ଅଭିମୁଖେ ୬ଟି ଅକ୍ସିଜେନ ଟ୍ୟାଙ୍କର ଏକ ସ୍ୱତନ୍ତ୍ର ମାଲଗାଡି ଦ୍ୱାରା ପରିବହନ ହୋଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା । ସକାଳ ୭.୩୦ ମିିନିଟ୍ ସମୟରେ ରାୟଗଡା ରେଳ ଷ୍ଟେସନ ଠାରୁ ଟ୍ରେନଟି ପହଂଚିବା ପରେ କିଛି ସମୟ ପାଇଁ ସିଗନାଲ ଯୋଗୁଁ ଅଟିକିଥିଲା ।
ସେହି ସମୟରେ ରେଳ ବିଭାଗର ଆରପିଏଫ କର୍ମଚାରୀ ମାନେ ପଇଁତରା ମାରୁଥିବା ସମୟରେ ଗୋଟିଏ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଦେଖିବାକୁ ପାଇଥିଲେ । ଏ ନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ରେଳ ବିଭାଗ ପ୍ରଶାସନକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ରେଳ ବିଭାଗର ଅଧିକାରୀ ମାନେ ସ୍ଥିତି ଅନୁଧ୍ୟାନ କରିିବା ପରେ ଗ୍ୟାସ ଲିକ୍ ବନ୍ଦ କରିବା ପାଇଁ ବୈଷୟକ ଟିମ, ଅଗ୍ନଶମ ବିଭାଗ ଓ ସ୍ଥାନୀୟ ଅକ୍ସିଜେନ ପ୍ଲାଂଟର କର୍ମଚାରୀଙ୍କୁ ଡାକିଥିଲେ । ଦୀର୍ଘ ୧ ଘଂଟା କାଳ ଅନୁଧ୍ୟାନ କରିବା ପରେ ବୈଷୟିକ ଟିମକୁ ସଫଳତା ମିଳିଥିଲା । ଏହା ପରେ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ବାହାରିଥିଲା ।

Comments are closed.