Odisha news

ଅଂଶୁଘାତ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

0

ରାୟଗଡା,୯ ।୩ : ଅଂଶୁଘାତ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ଠାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭୀମସେନ ଶବର, ଜିଲ୍ଲା ବନାଧିକାରୀ ଅଶ୍ୱିନୀ କୁମାର କର, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଅଂଶୁଘାତ କିପରି ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ସମସ୍ୟାର ମୁକାବିଲା ନିମନ୍ତେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ନିୟନ୍ତ୍ରଣ କକ୍ଷ ଖୋଲିବା, ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗ୍ରୀଷ୍ମ ପ୍ରବାହ ଜନିତ ଖବର ରଖିବା, ଶିକ୍ଷାନୁଷ୍ଠାନ ମାନଙ୍କର ସମୟ ପରିବର୍ତନ କରାଯାଇ ସରକାରଙ୍କ ନିର୍ଦେଶ ଅନୁଯାୟୀ ସକାଳୁା ସ୍କୁଲ ଏବଂ ପ୍ରତି ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା । ଅଙ୍ଗନବାଡି କେନ୍ଦ୍ରରେ ସକାଳୁଆ ଖୋଲିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମିଶ୍ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ଶ୍ରମଭିତିକ କାର୍ଯ୍ୟକ୍ରମରେ ଦିନ ୧୧ଟି ଠାରୁ ଅପରାହ୍ନ ୩.୩୦ ଘଟିକା ପର୍ଯ୍ୟନ୍ତ ବାରଣ କରାଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଜୀବନ ରକ୍ଷକ ଔଷଧ ଓ.ଆର.ଏସ୍.ସାଲାଇନ ଆଦି ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ଏହି ସହିତ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ପ୍ରକୋଷ୍ଠ ସହ ଶୀତତାପ ନିୟନ୍ତ୍ରକ ଓ କୁଲର ବ୍ୟବସ୍ଥା କରାଯିବା ନିମନ୍ତେ ନିର୍ଦେଶ ଦିଆଯାଇଛି । ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ପ୍ରାଣୀ ସଂପଦକୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା, ପିଇବା ପାଣି ବ୍ୟବସ୍ଥା କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପୌର ପରିଷଦ, ପଂଚାୟତରାଜ ବିଭାଗ, ଶିଳ୍ପାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଜନଗହଳି ସ୍ଥାନ, ବସଷ୍ଟାଣ୍ଡ, ରାସ୍ତାର ଛକ ଜାଗା ମାନଙ୍କରେ ଜଳଛତ୍ର ଖୋଲାଯାଇ ପିଇବା ପାଣି ବ୍ୟବସ୍ଥା କରିବା ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଦିନ ୧୧ଟା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ପରିବାରନ ବାରଣ କରାଯାଇଛି । ବନାଗ୍ନି ସମସ୍ୟାକୁ ମୁକାବିଲା ଓ ତାହାର ନିରାକରଣ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଜାଣିଶୁଣି ନିଆଁ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

Leave A Reply