Odisha news

୨୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ୨ ଗିରଫ

0

ରାୟଗଡା,୯ ।୩ :  ରାୟଗଡା ପୋଲିସ ୧୯୦ କେ.ଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାରରେ ସଂପୃକ୍ତ ଥିବା ଟ୍ରକର ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି । ସୂଚନା ମୁତାବକ ଟ୍ରକଟି ଅଦା ଲୋଡ ହୋଇ କୋରାପୁଟରୁ ଉତରପ୍ରଦେଶ ଅଭିମୁଖେ ଯାଉଥିଲା । ଟ୍ରକରେ ବେଆଇନ ଭାବେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ରାୟଗଡା ପୋଲିସୁକ ସୂଚନା ମିଳିଥିଲା ।

ଟ୍ରକଟି ରାୟଗଡା ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ପୂର୍ବରୁ ସୂଚନା ପାଇଁ ରାୟଗଡା ଆଇ.ଆଇ.ସି ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ ମା ମଝିଆରିଆଣୀ ମନ୍ଦିର ନିକଟରେ ଟକ୍ରକୁ ଅଟକାଇ ଛାନଭିନ କରିଥିଲେ । ପ୍ରାଥମିକ ଛାନଭିନ ପରେ ଟ୍ରକରେ ଗଂଜେଇ ଥିବା ନେଇ ରାୟଗଡା ପୋଲିସ ଜାଣିବା ପରେ ଟ୍ରକକୁ ଥାନାକୁ ଆଣି ଅଦା ଅନଲୋଡ କରି ଯାଂଚ କରାଯାଇଥିଲା । ଯାଂଚରେ ୧୦ଟି ଜରି ବସ୍ତାରୁ ୧୯୦ କେ.ଜି ଗଂଜେଇ ଠାବ ହୋଇଥିଲା । ଏଥି ସହ ନଗଦ ୩ ହଜାର ୪୬୦ ଟଙ୍କା ସହ ଟ୍ରକ ନଂ ଜେଏଚ୦୨ଏଏସ ୬୧୮୧ ସହ ଗୋଟିଏ ମୋବାଇଲ ଫୋନକୁ ପୋଲିସ ଜବତ କରିଛି । ଏ ନେଇ ରାୟଗଡା ଥାନାରେ କେଶ ନଂ ୬୦, ତା ୦୮.୦୩.୨୦୨୧ ରିଖ ପ୍ରକାରେ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ଦୁହେଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply