Odisha news

ହିନ୍ଦୀ ବିଭାଗର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

0

ରାୟଗଡା,୨ ।୨ :  ରାୟଗଡ ସହରସ୍ଥିତ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ବିଭାଗର ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ହିନ୍ଦୀ ବିଭାଗର ମୁଖ୍ୟ ଡଃ ଭଗବାନ ବିଶ୍ୱାଳ ଯୋଗଦେଇଥିବା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରେବା ପାତ୍ରଙ୍କ ସଭାପତିତ୍ୱରେ ଆଲଚୋନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରେମ୍ଚାନ୍ଦ ଅର ଆଜ୍ କା ଭାରତ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ବିଭାଗ ମୁଖ୍ୟ ନୃସିଂହ ବେହେରା, ଅଧ୍ୟକ୍ଷ ସୁଶ୍ରୀ ଶୁଭଶ୍ର୍ୀ ମହାପାତ୍ର, ଆଇକ୍ୟୁଏସି ସଂଯୋଜିକା ଡ.ସରିତା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।

Leave A Reply