ରାୟଗଡା,୨ ।୨ : ରାୟଗଡା ସହରସ୍ଥିତ ବିଏସଏଫ ୬୮ ବାଟାଲିୟନ ତରଫରୁ ଏକ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଅଛି । ବିଏସଏଫ କମାଣ୍ଡେଟ ୟୋଗେନ୍ଦର ଅଗ୍ରବାଲ, ସେକେଣ୍ଡ ଇନ କମାଣ୍ଡେଟ ପି.ଆର.ପ୍ରଭାକର, ସହକାରୀ କମାଣ୍ଡେଟ ମହେଶ ଶର୍ମା, ବିନୋଦ ୟାଦବ, ଇନିସପେକ୍ଟର ଏନ.କେ.ଶର୍ମା, ବିମେଲେଶ କୁମାର ସିଂ, ଆନନ୍ଦ କୁମାର ପ୍ରମୁଖ ଉପସ୍ଥିତ ରହି ଜନସଂପର୍କ ଶିବିରର ଶୁଭ ଉଦଘାଟନ କରିଥିଲେ । ଏହି ଜନସଂପର୍କ ଶିବିର ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ଏବଂ କୁମ୍ଭିକୋଟା ଠାରେ ଅନୁଷ୍ଠିତ ହେବା ବେଳେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣା, ବନ୍ଧୁଗାଁ, କୋରାପୁଟ, କୁମ୍ଭାରୀପୁଟ ଏବଂ କୁମ୍ଭାରୀ ଠାରେ ଅନୁଷ୍ଠିତ । ବିଏସଏଫ କ୍ୟାମ୍ପ ଅଞ୍ଚଳର ଆଖପାଖ ରହୁଥିବା ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରିବା ପାଇଁ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଉଛି । ଜନସମ୍ପର୍କ ଶିବିରରେ ଘରୋଇ ଉପକରଣ, ଖେଳ ସାମଗ୍ରୀ ଏବଂ ପିଲା ମାନଙ୍କ ନିମନ୍ତେ ଖାତା, ପେନ, ପେନସିଲ,ସ୍କେଚ ପେନ ସହ ମେଡିସନ ମଧ୍ୟ ପ୍ରଦାନ କରାଯିବ ।