Odisha news

ଜିଲ୍ଲାରେ ଶୁଭ ଆରମ୍ଭ ହେଲା କରୋନାର ସଂଜୀବନି

0

ରାୟଗଡା୧୬ ।୧ : ରାୟଗଡା ଜିଲ୍ଲାରେ ଶୁଭ ଆରମ୍ଭ ହେଲା କରୋନାର ସଂଜୀବନି ଟିକାକରଣ ଅଭିଯାନ । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିବା ଟୀକାକରଣ କେନ୍ଦ୍ରର ଶୁଭଉଦଘାଟନ କରିବା ସହ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗାଇଡ ଲାଇନ ଅନୁଯାୟୀ ଟିକାକରଣ କରାଯାଉଛି କି ନାହିଁ ତଦାରଖ କରିଥିଲେ । ଜିଲ୍ଲାରେ ଟିକାକରଣ ପାଇଁ ୭ଟି କେନ୍ଦ୍ର କରାଯାଇଥିବା ବେଳେ ୮ ହଜାର ୮୩୮ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଟିକାକରଣ ଅଭିଯାନ ଆସନ୍ତା ୭ ଦିନ ବ୍ୟାପି ଚାଲିବ ଏବଂ ପ୍ରତିଦିନ ପ୍ରତି କେନ୍ଦ୍ରରେ ଅନ୍ୟୁନ୍ୟ ୧୦୦ ଜଣ କୋରନା ଯୋଦ୍ଧାଙ୍କୁ ଟିକାକରଣ କରାଯିବ । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପ୍ରଥମ ଟିକାକରଣ ଜଣେ ମହିଳା ସଫେଇ କର୍ମଚାରୀ ସତ୍ୟମୁଖୀଙ୍କୁ ଦିଆଯାଇଥିଲା । ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୨ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସମେତ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ପରେ ଅନ୍ୟ ଆଗଧାଡିର କୋରନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଶ୍ରୀମିଶ୍ର ସୂଚନା ଦେଇଥିଲେ । ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ଏବଂ ଟିକାକରଣ ଯେପରି ସୁରୁଖୁରୁରେ ସଂପାଦନ ହେବ ସେ ନେଇ ସ୍ୱତନ୍ତ୍ର ଟିମ ଗଠନ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି । ରାୟଗଡା ଜିଲ୍ଲାରେ ଟିକାକରଣ ନିମନ୍ତେ ୭ଟି କେନ୍ଦ୍ର କରାଯାଇଛି ମୋଟ ୬୦୯ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ । ରାୟଗଡା ମୁଖ୍ୟ ଚିକିତ୍ସାଳୟ ୧୦୦ଜଣ, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ୭୫ ଜଣ, ଟିକିରି ସ୍ଥିତ ଉକ୍ରଳ ହସ୍ପିଟାଲ ୯୩ଜଣ, ମୁନିଗୁଡା ୫୧ ଜଣ, ପଦ୍ମପୁର ୧୦୦ଜଣ, ଗୁଣପୁର ୧୦୦ଜଣ ଓ ଗୁଡାରୀ ୯୦ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯାଇଛି ।

Leave A Reply