Odisha news

ଅପହଞ୍ଚ ସ୍ବାସ୍ଥ୍ୟ ସେବା : ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ନ ପାଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସରକାରୀ ଚିକିତ୍ସା ସୁବିଧା ମାଗଣାରେ ଯୋଗାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର। କିନ୍ତୁ ବାସ୍ତବରେ ଏହି ଯୋଜନାର ସୁଫଳ ପାଉ ନାହାଁନ୍ତି ଗାଁ ଲୋକେ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ଜୋକଲୁଣ୍ଡି ଗ୍ରାମରେ ସରକାରୀ ତଥା ମାଗଣା ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି ଜଣେ ରୋଗାକ୍ରାନ୍ତ ବୃଦ୍ଧା। ଗ୍ରାମଟି ଏକ ପାହାଡିଆ ଅଞ୍ଚଳରେ ଥିବା ବେଳେ ସରକାର ଓ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ମନେ ହେଉଛି। ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଗୋଟିଏ ପରିବାରରେ ବୃଦ୍ଧ ଦମ୍ପତି ରହୁଥିବା ବେଳେ  କମା ଜାନି ନାମକ ୫୦ ବର୍ଷୀୟ ଗରିବ ତଥା ଅସହାୟ ବୃଦ୍ଧା ଏବେ ଅଜଣା ରୋଗରେ ପୀଡ଼ିତ ହୋଇ ଦୁର୍ଦିନରେ କାଳାତିପାତ କରୁଛନ୍ତି। ବୃଦ୍ଧା ମହିଳାଙ୍କ ପେଟ ଫୁଲି ଯାଉଥିବା ଏବଂ ଅଣ୍ଟାରେ ଅସହ୍ଯ ଯନ୍ତ୍ରଣା ହେଉଥିବାରୁ ଚାଲିବାରେ ବହୁ କଷ୍ଟ ହେଉଛି। ଏପଟେ ଗରିବ ଓ ଅସହାୟ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।ରୋଗରେ ଆକ୍ରାନ୍ତ ବୃଦ୍ଧା ମହିଳାଙ୍କ ପୁଅ ବୋହୁ ବାହାରେ ମୂଲ ଖଟି ପେଟ ପୋଷୁଥିବା ବେଳେ ଏବେ ମା କୁଂ କେହି ସାଥ୍ ଦେଉ ନାହାନ୍ତି।  ବୃଦ୍ଧା ମହିଳାଙ୍କ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା କରିବା ସହ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।
Leave A Reply