ରାୟଗଡା୧୫ ।୧(ସRabindra Patkhandal)-ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଚୂଡାନ୍ତ ଭୋଟର ତାଲିକା ୨୦୨୧ ପ୍ରକାଶ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀ ତଥା ୧୩୮ ଗୁଣପୁର, ୧୩୯ ବିଷମକଟକ ଓ ୧୪୦ ରାୟଗଡ ନିର୍ବାଚନ ମଣ୍ଡଳୀରେ ୨୦୨୦ରେ ମୋଟ ୬ ଲକ୍ଷ ୬୬ ହଜାର ୩୩୬ ଜଣ ଭୋଟ ଥିବା ବେଳେ ଚଳିତ ସଂଶୋଧନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ତା ୧୫ ଜାନୁୟାରୀ ୨୦୨୧ ସୁଦ୍ଧା ଜିଲ୍ଲାରେ ୬ ଲକ୍ଷ ୭୯ ହଜାର ୨୦୭ ଜଣ ଭୋଟର ଥିବା ଜଣାପଡିଛି । ଚଳିତ ସଂଶୋଧନରେ ୧୯ ହଜାର ୫୦୮ ଭୋଟର ଯୋଡି ହୋଇଥିବା ବେଳେ ୬ ହଜାର ୧୮୭ ଜଣ ଭୋଟର ଭୋଟ ତାଲିକାରୁ ବାଦ ପଡିଥିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀମିଶ୍ର ସୂଚନା ଦେଇଛନ୍ତି । ୧୫ ଜାନୁୟାରୀ ୨୦୨୧ ସୁଦ୍ଧା ୧୩୮ ଗୁଣପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ୧ ଲକ୍ଷ ୩ ହଜାର ୩୬୧, ମହିଳା ୧ ଲକ୍ଷ ୧୦ ହଜାର ୮୬୬ ଓ ୪୦ ଜଣ ତୃତୀୟ ଲିଙ୍ଗ ଅଛନ୍ତି । ୧୩୯ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ପୁରୁଷ ୧ ଲକ୍ଷ ୧ ହଜାର ୭୮୩, ମହିଳା ୧ ଲକ୍ଷ ୧୯ ହଜାର ୨୯୬ ଜଣ ଓ ତୃତୀୟ ଲିଙ୍ଗ ୩୬ ଥିବା ବେଳେ ୧୪୦ ରାୟଗଡା ନିର୍ବାଚନ ମଣ୍ଡଳୀରୁ ପୁରୁଷ ୧ ଲକ୍ଷ ୧୫ ହଜାର ୩୬୮, ମହିଳା ୧ ଲକ୍ଷ ୨୮ ହଜାର ୩୪୯ ଜଣ ଓ ତୃତୀୟ ଲିଙ୍ଗ ୧୦୮ ଥିବା ଜଣା ପଡିଛି । ଆସନ୍ତା ୨୫ ଜାନୁୟାରୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଭୋଟର ଦିବସ ଅବସରରେ ପ୍ରତି ବୁଥ ସ୍ତରରେ ନୂତନ ଭୋଟର ସାମିଲ ହେବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସହକାର ଜିଲ୍ଲାପାଳ (ନିର୍ବାଚନ) ନାରାୟଣ ମିଶ୍ର, ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସହ ବିଜେପି ଦଳ ତରଫରୁ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କାଳିରାମ ମାଝି, କଂଗ୍ରେସ ଦଳ ତରଫରୁ ଜିଲା ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ବିଜେଡି ଦଳ ତରଫରୁ ସରକାରୀ ଓକିଲ ବ୍ରଜସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।