Odisha news

ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟ ସରକାର ଚିଠି ଦେଇନଥିବା ଆରଟିଆଇ ମାଧ୍ୟମରେ ମିଳିବା ପ୍ରସଙ୍ଗ , ବିଧାନସଭାରେ ମିଥ୍ୟା କହି ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟସରକାର :ଲେଖାଶ୍ରୀ

0

 ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି ରାଜ୍ୟସରକାର କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି
 ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ସରକାରଙ୍କ କିଛି ଗୋଲକ ଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ?
 ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ମୂଳରୁ ରାଜ୍ୟସରକାର ଷଡଯନ୍ତ୍ର ରଚିଥିଲେ
 କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସାଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତିି
 ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି
 ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ
 ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ

ଭୁବନେଶ୍ୱର,ତା.୧୫/୦୧: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି । ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି ରାଜ୍ୟସରକାର କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି । କିନ୍ତୁ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟ ସରକାର କୌଣସି ଚିଠି ଦେଇନଥିବା ଆରଟିଆଇ ତଥ୍ୟରୁ ମିଳିଛି । କେବଳ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର କାହିଁକି ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି? ସରକାରଙ୍କ କିଛି ଗୋଲକ ଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ବିଜେଡି ସରକାର ମିଛର ପାହଡ ଉପରେ ଠିଆ ହୋଇଛନ୍ତି । ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ତାଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ ଓ କର୍ମୀ ବାବୁଲି ନାୟକ, କାହ୍ନୁ ବେହେରା, ଡୁଗୁ ନାୟକ, ଜୟୀ ପରିଡା ସଂପୃକ୍ତ ଥିବାରୁ ସେମାନଙ୍କୁୁ ବଂଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ ପ୍ରହଳିକା ରଚନା କରାଯାଉଛି । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଏହି ଦୋଷୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇଚାଲିଛନ୍ତି । ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ମାନେ ବାରମ୍ବାର ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତନ୍ତ୍ରରେ ଅକ୍ଷମଣୀୟ ଅପରାଧ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ମୂଳରୁ ରାଜ୍ୟସରକାର ଷଡଯନ୍ତ୍ର ରଚିଥିଲେ । ବିଧାନସଭାରେ କୋର୍ଟ ମନିଟରିଂ କଥା କହି ପ୍ରଥମେ ମିଛ କହିଥିଲେ । ପରବର୍ତୀ କାଳରେ ଗଣମାଧ୍ୟମ ଆଗରେ ବାରମ୍ବାର ତାଙ୍କ ମନ୍ତ୍ରୀ, ବିଧାୟକ ଓ ମୁଖପାତ୍ରମାନେ ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ବୋଲି ଦୋହରାଇଥିଲେ । ଓଡିଶାର ଡିଜିପି ଶ୍ରୀ ଅଭୟ ମଧ୍ୟ ଗୋଟେ ଲିଖିତ ପ୍ରେସ ବିଜ୍ଞପ୍ତିରେ ଏସଆଇଟି କୋର୍ଟ ମନିଟରିଂ ବୋଲି ଉଲ୍ଲେଖ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ଅରୁଣ ସାହୁଙ୍କୁ ବଂଚାଇବା ଏବଂ ପରୀ ହତ୍ୟା ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ବିଭାଗର ସର୍ବୋଚ୍ଚସ୍ତର ମଧ୍ୟ ଷଡଯନ୍ତ୍ର କରିଥିଲା ।

ଶାସକ ଦଳ ଏସଆଇଟି ଓ ଉଚ୍ଚପଦସ୍ତ ସରକାରୀ ଅଫିସରମାନେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ମିଛ କହିଛନ୍ତି । କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସାଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତିି । କିନ୍ତୁ ଆଜି ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି । ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

Nalco
Leave A Reply