ରାୟଗଡା୧୫ ।୧(Rabindra Patkhandal)-ରାୟଗଡା ସହରର ବରିଷ୍ଠ ଓକିଲ ତଥା ସମାଜସେବୀ ସହଦେବ ଚୌଧୁରୀଙ୍କ ୭୪ ବର୍ଷ ବୟସରଙ୍କ ନିଜ ବାସଭବନରେ ପରଲୋକ ଘଟିଛି । ସ୍ୱର୍ଗତ ଚୌଧୁରୀ ରାୟଗଡା ସହରରେ ଜଣେ ଜଣାଶୁଣା ଓକିଲ ତଥା ସମାଜସେବୀ ଭାବେ ସର୍ବତ୍ର ପରିଚିତ ଥିଲେ । ସ୍ୱର୍ଗତ ଚୌଧୁରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହେବେ ପରେ ରାୟଗଡା ସହରର ମାନ୍ୟଗଣ୍ୟ ବକ୍ତି, ସହକର୍ମୀ, ବୁଦ୍ଧିଜୀବି, ସମାଜସେବୀ ତାଙ୍କ ଅନ୍ତିମ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ବିଶେଷ କରି ମାଁ ଗଜଲକ୍ଷ୍ମୀ ପୂଜା କମିଟି, ନ୍ୟୁ କଲୋନୀ ଗଠନରେ ସ୍ୱର୍ଗତ ଚୌଧୁରୀଙ୍କ ଭୂମିକା ଅତୁଳନୀୟ ଥିଲା । ପୂଜା କମିଟିର ଲଗାତର ବାବେ ୨୫ ବର୍ଷ ଧରି ଦାୟିତ୍ୱ ତୁଲାଉଆସୁଥିଲେ । ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତି ଉଦ୍ୟେଶରେ ପୂଜା କମିଟି ତରଫର କ୍ଲବ ପରିସରରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଶୋକ ସଭାରେ କମିଟିର ସମସ୍ତ ସଦସ୍ୟଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ ।