Odisha news

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ ସାରକା

0

ରାୟଗଡା,୩୦ ।୧୨ :  ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ ଅଞ୍ଚଳର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ।

କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଚକ୍ରକଲାଙ୍ଗ ଗ୍ରାମ ଗସ୍ତ କରି ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଆବାସ ଯୋଜନା, ବାଦ୍ଧ୍ୟର୍କ ଭତା, ବିଧବା ଭତା, ବିପିଏଲ ଚାଉଳ ଆଦି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଓ ଯେଉଁ ସବୁ ସମସ୍ୟା ରହିଛି ତାହା ଯଥାଶୀଘ୍ର ସମାଧାନ କରିଯିବ ବୋଲି ମଧ୍ୟ କହିଥିଲେ ।

ଗ୍ରାମରେ ପକ୍ସା ରାସ୍ତା ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହାସହ ମନ୍ତ୍ରୀ ଶ୍ରୀସାରକା ବେତଲାଙ୍ଗ ଗ୍ରାମ ଲୋକଙ୍କ ମୌଳିକ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ବେତଲାଙ୍ଗ ଗ୍ରାମରେ ଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯିବ ବୋଲି ଗ୍ରାମବାସୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।

 

Leave A Reply