Odisha news

ଦଳ ଶୃଙ୍ଖଳିତ ନେତା ବିଶୃଙ୍ଖଳିତ କାହିଁକି

0

ରାୟଗଡା,୨୭ ।୧୨(rabindra Patkhandal) : ଶାସକ ବିଜେଡ଼ି ଦଳ ଶୃଙ୍ଖଳିତ ଦଳର ମୁଖ୍ୟ ବା ସୁପ୍ରିମ ନବୀନବାବୁ ଶୃଙ୍ଖଳିତ ଦଳ କୈଣସି ବିଶୃଙ୍ଖଳାକୁ ବରଦାସ୍ତ କରନ୍ତି ନାହିଁ । ଏହା ସବୁ ସଭା ସମିତିରେ ଶୁଣିବାକୁ ମିଳୁଛି ତେବେ ନେତାଏ ବିଶୃଙ୍ଖଳିତ କାହିଁକି ତାହା ରାୟଗଡ଼ା ଠାରେ ଅନୁଷ୍ଠିତ ବିଜେଡ଼ି ଦଳର ପ୍ରତିଷ୍ଠା ଦିବସ ଉତ୍ସବରେ ସାଧାରଣ ଜନତାଙ୍କୁ ଆନେ୍ଦାଳିତ କରୁଛି ।

ବିଜୁ ଜନତା ଦଳ ଶୃଙ୍ଖଳିତ ଦଳ ଶୃଙ୍ଖଳା ଉପରେ ବିଶ୍ୱାସ କରେ ଆଉ ବିଶୃଙ୍ଖଳିତକୁ ବିଜୁ ଜନତା ଦଳରେ ସ୍ଥାନ ନାହିଁ ବୋଲି ସବୁ ବେଳେ କହୁଥିବା ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ନିଜେ ଟ୍ରାଫିକ ଆଇନ ଶୃଙ୍ଖଳାକୁ ଭାଙ୍ଗିଛନ୍ତି । ଆଇନ ତାର କାର୍ଯ୍ୟ କରୁଛିବୋଲି ସଫେଇ ଦେଇ ଶେଷରେ ହେଲମେଟ ନପିନ୍ଧିଥିବା ଅଭିଯୋଗରେ ଜରିମାନା ଭରିଛନ୍ତି । ଗତକାଲି ଥିଲା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ । ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭକରି ଆଗଧାଡି ପଛଧାଡି ଏବଂ ବିଭିନ୍ନ ପଦ ପଦବୀରେ ଥିବା ନେତାଏ ତେକେ ଶୃଙ୍ଖଳିତ ତାହା ପ୍ରତିଷ୍ଠା ଦିବସରେ ପଦାରେ ପକାଇଦେଇଛି । ଆଉ ଶାସକଦଳ ଆଗରେ ସରକାରଙ୍କ ପ୍ରଦତ୍ୱ ଆଇନକୁ ପାଳିବାରେ ପୁଲିସର ପାରିବା ପଣିଆ କେତେ ଯେ ଶୃଙ୍ଖଳିତ ତାହାକୁ ନେଇ ରାୟଗଡ଼ା ଜିଲ୍ଲାର ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିବା ସହିତ ବାଟଘାଟରେ ଆଲୋଚନା ଆରମ୍ଭ ହୋଇଛି ।

ସବୁ ବର୍ଷ ଭଳି ରାୟଗଡ଼ା ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟ ଅର୍ପଣ ଠାରୁ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଥିଲା । ବିଜୁବାବୁ ଅମର ରହେ ନାରାବାଜୀରେ ଇଲାକାଟା ଫାଟି ପଢୁଥିଲା । ଆଉ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ଠାରୁ ଆରମ୍ଭ କରି ଦଳର ଛାମୁଆ ନେତାଏଁ ଜଣ ଜଣକରି ପୁସ୍ପମାଲ୍ୟ ବିଜୁବାବୁ ପ୍ରତିମୁର୍ତ୍ତିରେ ପକାଇବା ପରେ ଏକ ମଟୋର ସାଇକେଲ ସଭାଯାତ୍ରା ଆରମ୍ଭ ହୋଇଥିଲା । କିନ୍ତୁ ବିଡ଼ମ୍ବନାର କଥା ସଭାଯାତ୍ରାରେ ପୁରଧା ବା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ ମୁଣ୍ଡରେ ହେଲମେଟ ନଥିଲା ।

ଚାରିପଟେ ସୁରକ୍ଷା ପାଇଁ ପୁଲିସର ଛାଉଣି ବାବୁ ଭାସ୍କର ନିଜେ ଗୋଟିଏ ମଫେଡ଼ ମୋଟର ସାଇକେଲ ଧରି ସହର ମୂଖ୍ୟ ରାସ୍ତାରେ ବାଟ କଡ଼ାଇ ନେଉଥିଲେ । ଆଉ ତାଙ୍କ ପଛରେ ଶହ ଶହ ଦଳୀୟ କର୍ମୀ ଆଗଧାଡି ପଛଧାଡି ନେତାଏଁ ମୋଟର ସାଇକେଲ ଧରି ପଟୁଆର ରେ ଛୁଟିଥିଲେ । କିନ୍ତୁ କାହା ମୁଣ୍ଡରେ ହେଲମେଟନଥିଲା କି କେହି ସାମାଜିକ ଦୂରତା ପାଳନ କରୁନଥିବା ପଟୁଆରରେ ଦେଖିବାକୁ ମିଳିଥିଲା । ହେଲେ ରାସ୍ତାରେ ମାଳ ମାଳ ପୁଲିସର ବଡ଼ ଅଧିକାରୀଙ୍କ ଠାରୁ କନେଷ୍ଟେବଲ ପର୍ଯ୍ୟନ୍ତ ପଇନ୍ତରା ମାରୁଥିଲେ କିନ୍ତୁ ଏନେଇ କେହି ସଚେତନ କରିନଥିଲେ କି କେହି ଆକଟ ମଧ୍ୟ କରିନଥିଲେ ପଟୁଆରଟି ସହରର ମୁଖ୍ୟ ରାସ୍ତା ପରିକ୍ରମା କରିବା ପରେ ଭାସ୍କରଙ୍କ ବାସଭବନରେ ପହଞ୍ଚିଥିଲା । ତେବେ ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶୃଙ୍ଖଳାକୁ ଭାଙ୍ଗିଥିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସାଂସଦ ଭାସ୍କର ରାଓ କରିଥିଲେ ଯେ ଆଇନ ତା ବାଟରେ କାର୍ଯ୍ୟ କରିଛି ।

ସଭାଯାତ୍ରାରେ ବାଧା ଉପୁଜିବ ବୋଲି ପରେ ପୁଲିସ ଆସି ଚାଲାଣ କାଟି ଜରିମାନା ବାନ୍ଧିଥିବା ନିଜେ ସାଂସଦ ଭାସ୍କର କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ପ୍ରତିଦିନ ରାଜରାସ୍ତା ଉପରେ ଠିଆହୋଇ କରୁଥିବା ଦରପଗଡ଼ ଜରିମାନା ଆଦାୟ କରୁଥିବା ପୁଲିସର ହଠାତ ଏ ପରିବର୍ତ୍ତନ କାର୍ହିକି । ତେବେ ଶହଶହ ମୋଟର ସାଇକେଲରେ ଦଳୀୟ କର୍ମୀ ଗାମୁଛା ଖଣ୍ଡିଏ ପକାଇ ରାସ୍ତା ଉପରେ ଯାଉଥିବା ବେଳେ କେବଳ ହାତଗଣତି ଚାରି ପାଞ୍ଚଜଣଙ୍କ ଚାଲାଣ କଟାଗଲା କାହିଁକି ଏବଂ ଏନେଇ ମୁଁ ଗୃହବିଭାଗ, ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ଟୁଇଟ ମାଧ୍ୟମରେ ଅଭିଯୋଗ କରିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପ୍ରସାଦ ପଣ୍ଡା କହିଛନ୍ତି ।

 

Leave A Reply