Odisha news

ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା

0

ରାୟଗଡା : କୋଭିଡ଼ ମହାମାରି ସମୟରେ ସରକାରଙ୍କ ଶିକ୍ଷାକୁ ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଠି ହୋଇଥିଲା । ଏହା ସହ ଅନଲାଇନ ଶିକ୍ଷାକୁ ନେଇ ଅନେକ ପ୍ରକାର ତର୍ଜମା ହୋଇଥିଲା । ଏହି ଶିକ୍ଷା ଦାନକୁ ସୁପରିଚାଳନା କରିଥିବାରୁ ଆକାଶବାଣୀ ଶ୍ରୋତା ପରିଷଦ ତରଫରୁ ରାୟଗଡ଼ା ଜିଲ୍ଲା ବୀରନାରାୟଣପୁର ସରକାରୀ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।
କୋରନା ମହାମାରୀ ଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ଘଟିଥିଲେ ମଧ୍ୟ ଏହାର ସୁପରିଚାଳ ପାଇଁ ଶିକ୍ଷକ ଶ୍ରୀଦୋରାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ବୀରନାରାୟଣପୁ ସରକାରୀ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଠମ ଶ୍ରେଣୀରେ ୧୨୨ ଜଣ ଆଦିବାସୀ ଓ ହରିଜନ ଛାତ୍ରଛାତୀ ଅଧ୍ୟୟନ କରୁଥିବା ବେଳେ ସମସ୍ତ ଛାତ୍ରଛାତୀଙ୍କ ଅଭିବାବକ ଶ୍ରମଜୀବୀ ଅଟନ୍ତି । ତେବେ ଗ୍ରାମରେ ମାତ୍ର ୩ଟି ଏଣ୍ଡୋଡ଼େଡ଼ ମୋବାଇଲ ଥିବାବେଳେ ଶିକ୍ଷକ ଶ୍ରୀଦୋରା ଭୁବନେଶ୍ୱର ସ୍ଥିତ ଏକ ସ୍ୱେଚ୍ଛାସେବୀ ଏକ ଆଶା ଷ୍ଟ୍ରସ ନାମକ ଅନୁଷ୍ଠାନର ସହଯୋଗ ପାଇଁ ହାତ ବଡ଼ାଇ ଥିଲେ । ତାଙ୍କ ମାଧ୍ୟମରେ ଆମେରିକା ନିବାସୀ ଦୁର୍ଗା ପ୍ରସାଦ ପାଣିଗ୍ରାହି ତରଫରୁ ୩ଟି ଲାପଟାପ ଏକ ଆଶା ଅନୁଷ୍ଠାନ ତରଫରୁ ଗୋଟିଏ ଲାପଟାପ ପ୍ରଦାନ କରାଯାଇଥିଲା । ଏହା ସହ ୩ଟି ଜିଓ ୱାଇଫାଇ ଦେବା ସହିତ ପ୍ରତି ମାସରେ ଡ଼ାଟାପେକ ପକାଇଥାନ୍ତି ।

ଏଥିସହ ପ୍ରତି ସପ୍ତାହରେ ବୁଧବାର ଓ ରବିବାର ୪ଟି କ୍ଲାସ ଭୁବନେଶ୍ୱର ଆଇଆଇଟି ଅଧ୍ୟାପକଙ୍କ ମାଧ୍ୟମରେ ବୈଧିକ ଶିକ୍ଷା ଏବଂ ସହବୈଧିକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ଏଥିସହିତ ଶିକ୍ଷକ ଶ୍ରୀଦୋରା ବିଭିନ୍ନ ବୈଦ୍ୟାନ୍ୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପୁରୀ ସ୍ଥିତ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି ପ୍ରସାଦ ପାଢୀଙ୍କ ସହାୟତାରେ ୨ଶହ ସମ୍ବଲପୁରୀ ମାସ୍କ ଏହି ଆଦିବାସୀ ଛାତ୍ରଛାତୀଙ୍କୁ ପ୍ରଦାନ କରିଥିଲେ । ଏହି ସବୁ କାର୍ଯ୍ୟପାଇଁ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା ତରଫରୁ ଓୟା ମଣ୍ଡପ କଟକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓୟୁଏଟିର ବୈଜ୍ଞାନିକ ସୁଦର୍ଶନ ସାମଲ, ଆକାଶବାଣୀ କଟକ କେନ୍ଦ୍ରର ନିଦେ୍ର୍ଧଶକ ଯୁଗଳ କିଶୋର ପଣ୍ଡା, ପୋଗ୍ରାମ ଅଫିସର ଜଗଦୀଶ ଅଧିକାରୀ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କୁ କୋରନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଏହି ସମ୍ମାନିତ ପରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିଆ, ଡ଼ିପିସି ଆନେସ୍ତେସିଆ କେରକେଟା, ବ୍ଲକ ଶିକ୍ଷାଅଧିକାରୀ ରଜନୀକାନ୍ତ ସାମନ୍ତରା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତୀ ଶୁଭେଚ୍ଚା ଜଶାଇଛନ୍ତି ।

Leave A Reply