ରାୟଗଡା(Rabindra Patkhandal) : ରାୟଗଡ଼ା ଜିଲ୍ଲାପାଳ ଓ ମିଲସ୍ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା ଜାଣିଶୁଣି ଚାଷୀଙ୍କୁ ଯୋଜନା ଭିତ୍ତିକ ଭାବେ ଟୋକେନ ନଦେଇ ଧାନ କଣିବାରେ ବିଳମ୍ବ କରାଯାଉଛି । ଯୋଦ୍ୱାରା ଦଲାଲ ସକ୍ରିୟ ହୋଇ ଶାଗ ମାଛ ଦରରେ ଧାନ କିଣିଲେ ମିଲସ୍ ଓ ଜିଲ୍ଲାପ୍ରଶାସନ ମୁନାଫା ପାଇ ମାଲାମାଲ ହେବେ ବୋଲି ଆଜି କଂଗ୍ରେସ ଭବନରେ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହି ଜିଲ୍ଲା ପ୍ରଶାସନର ଚରମ ଅବହେଳାର ପରିଣାମ ସ୍ୱରୁପ ଚାଷୀ ବର୍ତ୍ତମାନ ଅଭାବୀ ବିକ୍ରୀ ଆଡ଼କୁ ମୁହାଇଛନ୍ତି । ତେଣୁ ରାୟଗଡ଼ା ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ଦଲାଲ ଏବେ ର୍ଗା ଗାଁରେ ବସାବାନ୍ଧିଛନ୍ତି ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ପାଇବା ସାତ ସପନ ହୋଇଥିବା ବେଳେ ଚାଷୀଙ୍କୁ ଏପର୍ଯ୍ୟନ୍ତ ମଣ୍ଡିରେ ଧାନବିକ୍ରୀ ପାଇଁ ଟୋକେନ ମିଳିପାରି ନାହିଁ । ଯେଉଁ ଚାଷୀଙ୍କ ୧୦ ଏକରରୁ ଅଧିକ ଜମି ରହିଛି ଏବେ ସେମାନେ ଅଭିଶାପ ହୋଇଯାଇଛନ୍ତି । ଚାଷୀ ଟଙ୍କା ପାଇଁ ଏବେ ୧୧୫୦ରୁ ୧୩୦୦ଟଙ୍କା ଭିତରେ ନିଜର ବର୍ଷକର କଷ୍ଟାର୍ଜିତ ଅମଳ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଗତ ନଭେମ୍ବର ୧୨ ତାରିଖରେ ଧାନ ବିକ୍ରୀ ସକାଶେ ପକୁ୍ୟମେଣ୍ଟ ବୌଠକ କରାଯାଇଥିଲା । ଧାନ ବିକ୍ରୀ କରୁଥିବା ଚାଷୀଙ୍କୁ ଉକ୍ତ ବୌଠକରେ ସାମିଲ କରାଗଲା ନାହିଁ । ଅନ୍ତତ ପକ୍ଷେ ପ୍ରଶାସନ ପ୍ରତି ବ୍ଳକରୁ ଜଣେ ଜଣେ ଚାଷୀଙ୍କୁ ନେଇ ବୌଠକରେ ସାମିଲ କରିବା ଆବଶ୍ୟକ ଥିବାବେଳେ କିନ୍ତୁ ସରକାରଙ୍କ କଥା କହୁଥିବା ହାତଗଣତି ଦୁଇ ଜଣ ଚାଷୀଙ୍କୁ ନେଇ ବୌଠକ କରାଯାଇଛି ।
ସେ ଦିନ ଜିଲ୍ଲାପାଳ ୭ ଦିନ ମଧ୍ୟରେ ଚାଷୀଙ୍କ ଜମିର ତର୍ଜମା କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ । ତେବେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ । ଏହା କଣ ଜିଲ୍ଲାର ଚାଷୀଙ୍କ ପାଇଁ ଦୁର୍ଭାଗ୍ୟର କଥା ନୂହେଁ କି ବୋଳି କହିଛନ୍ତି ସାଂସଦ । ଜିଲ୍ଲାର ଯେଉଁ କୋଣର ଚାଷୀଙ୍କୁ ଦେଥିବା ଟୋକେନ ପାଇଁ ଖଳାରେ ପଢି ରହିଛି ଦିର୍ଘ ଦିନ ହେଲା ଧାନ । ତେବେ ବିଷମକଟକ ଅଞ୍ଚଳର କୃଷକ ନେତା ଜନାର୍ଦ୍ଧନ ଲାବଲାଙ୍କ ମୋବାଇଲକୁ ବାର୍ତ୍ତା ଆସିଛି ଯେହେତୁ ଆପଣଙ୍କର ଦ୍ୱାରା ପ୍ରଦତ୍ତ ସମସ୍ତ ପଞ୍ଜିକୃତ ଜମିର ଯାଞ୍ଚ ହୋଇପାରିନାହିଁ । ସେଥିପାଇଁ ଆପଣଙ୍କୁ ଧାନ ବିକ୍ରୀ ପାଇଁ ଟୋକେନ୍ ମିଳିପାରି ନାହିଁ । ଜିଲ୍ଲା ପ୍ରଶାସନ ନିକଟକୁ ଆପଣ ଏହି ଯାଞ୍ଚ କରିବାକୁ ଅନୁରୋଧ ।
ଏହି ବିୟେରେ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିଲେ ଆମ ପାଖରେ ଆଉ କିଛି ନାହିଁ କହୁଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି ରାଜସ୍ୱ ବିଭାଗ ପାଖରେ ଯୋଗାଯୋଗ କରନ୍ତୁ । ଠିକ୍ ସେହିପରି ଗୁଣପୁର ଅଞ୍ଚଳର ଚାଷୀ କ୍ଷମାସାଗର ସୁନାମୁଦିଙ୍କ ସମଦଶା ପ୍ରଶାସନ ପାଖକୁ ଯାଇ ଯାଇ ନୟାନ୍ତ ହେଲେଣି ଏମିତି ଆଉ କେତେ ଦିନ ଚାଷୀଙ୍କୁ ହଇରାଣ କରି କଷ୍ଠ ଅର୍ଜିତ ଦାନାକୁ ଲୁଟ କରିବ ତୁରନ୍ତ ଏହି ସବୁର ସୁପରିଚାଳନା କରାନଗଲେ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ନେତା ଆପ୍ପାସ୍ୱାମୀ କାଡ଼୍ରାକା, ଶଙ୍କର୍ଷଣ ମଙ୍ଗରାଜ, ରତ୍ନମଣୀ ଉଲ୍ଲାକ. ନନ୍ଦ କିଶୋର ଚୌଧରୀ ପ୍ରମୁଖ ଉପସ୍ଥିତ ହୋଇଥିଲେ ।