Odisha news

୧୨୮ ଦିନ ପରେ ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି

0

ରାୟଗଡା,୯ ।୧୦(Rabindra Patkhandal)- ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୨୮ ଦିନପରେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ଆଜିର ରିପୋର୍ଟ କହୁଛି । ତେବେ ଆଜି ଜିଲ୍ଲାରେ ମାତ୍ର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୭୭୦୭କୁ ଛୁଇଁଛି । ଜିଲ୍ଲାରେ ଅଗଷ୍ଟ ମାସ କୋରନା ଜିଲ୍ଲା ପାଇଁ ବିପଦ ନେଇ ଆସିଥିବା ବେଳେ ମାସରେ ସର୍ବାଧିକ ଜିଲ୍ଲାରୁ ୪ ହଜାର ୭୬୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢି ଚାଲିଥିଲା । ଅଗଷ୍ଟ ମାସରେ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଅଗଷ୍ଟ ପରେ ସେପ୍ଟେମ୍ବର ମାସରେ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଥିଲା ।

ହେଲେ ମଧ୍ୟ ଜିଲ୍ଲାରେ କୋରନା ସ୍ଥିତି ସଙ୍କଟାପନ୍ନ ଥିଲା । ସେପ୍ଟେମ୍ବର ମାସରେ ଜିଲ୍ଲାରୁ ୨ ହଜାର ୬୦୯ ଜଣ ପିଜିଟିଭ୍ ଚିହ୍ନଟ ହୋଇଥିଲା । ଜିଲ୍ଲାରେ କୋରନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ, କରୋନା ନୋଡାଲ ଅଧିକାରୀ ତଥା ପିଡି, ଡିଆରଡିଏ ଅମୃତ ଋତୁରାଜ, ତକ୍ରାଳୀନ ଗୁଣପୁର ଉପ-ଜିଲ୍ଲାପାଳ ଡଃ ବି.ବଳିରାମ ବନ୍ଦର, ରାୟଗଡ଼ା ତହସିଲଦାର ଉମରଶଙ୍କର ବେହେରା, ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସମନ୍ୱୟ ଯୋଗୁଁ ଧୀରେ ଧୀରେ ଜିଲ୍ଲାରେ କୋରନା ସଂକ୍ରମଣ କମିବାରେ ଲାଗିଲା ।

ଅକ୍ଟୋବର ଆରମ୍ଭରୁ ଜିଲ୍ଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା କମ ଚିହ୍ନଟ ହେବାରେ ଲାଗିଛି । ଗତ ୯ ଦିନ ଭିତରେ ଦୈନିକ ୫୦ରୁ କମ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪୬ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ସଂଖ୍ୟରେ ହ୍ରାସ ପାଇଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ତରଫରୁ ଜନସଧାରଣଙ୍କୁ ନିବେଦନ କରାଯାଇଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ କେବଳ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୨ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଲ୍ୟାଣସିଂହପୁର, ପଦ୍ମପୁର ଏବଂ ରାୟଗଡା ପୌରାଞ୍ଚଳରୁ ଜଣେ ଲେଖାଏ ପଜିିିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୦୭ ରେ ପହଞ୍ଚିଥିବା ବେଳେ ୭୪୫୯ ଜଣ ସୁସ୍ଥ ହୋଇଛନ୍ତି । ୨୦୯ ଜଣ ଘରୋଇ ସଙ୍ଗରୋଧ ଏବଂ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ ସେଣ୍ଟରରେ ଚିିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଥିଲେମଧ୍ୟ ଜିଲ୍ଲାବାସୀଙ୍କୁ ସଚେତନା ରହିଲେ ହିଁ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।

Leave A Reply