Odisha news

ରାୟଗଡ଼ା ୟୁଜିଏମଆଇଟିର ପ୍ରଥମ ଅଧ୍ୟକ୍ଷଙ୍କ ଦେହାନ୍ତ

0

ରାୟଗଡା,୭ ।୧୦(Rabindra Patkhandal) : ଉକ୍ରଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ମଧୁସୂଦନ ମହାନ୍ତିଙ୍କ ୯୦ ବର୍ଷ ବୟସରଙ୍କ କଟକ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଛି । ସ୍ୱର୍ଗତ ମହାନ୍ତି ଶିକ୍ଷା ସମାପ୍ତି ପରେ ୧୯୭୯ ମସିହାରେ ରାୟଗଡା ସ୍ଥିତ ସରକାରୀ ବିବିଧ ବୈଷୟିକ ବିଦ୍ୟାଳୟରେ ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

୧୦ ବର୍ଷ ଚାକିରୀ କାଳରେ ସେ ଅନୁଷ୍ଠାନକୁ ଜୀବନ୍ୟାସ ଦେଇଥିଲେ । ପରବର୍ତି ସମୟରେ ଉକ୍ରଳର ବରପୁତ୍ର ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଉକ୍ରଳ ଗୌରବ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁଜିଏମଆଇଟି ) ନାମରେ ନାମିତ ହେଲା ।

ଏହା ରାୟଗଡା ଜିଲ୍ଲାରେ ତଥା ଓଡିଶାରେ ସର୍ବବୃହତ ସରକାରୀ ପଲିଟେକନିକ କଲେଜର ପ୍ରସିଦ୍ଧି ଲାଭ କଲା । ମଧୁସୂଦନ ମହାନ୍ତିଙ୍କ ନିଧନ ଖବର ଆସିବା ପରେ ୟୁଜିଏମଆଇଟି କଲେଜର ଅଧ୍ୟକ୍ଷ ଏମ.ଶ୍ରୀନିବାସ ରାଓ, ସମସ୍ତ କର୍ମଚାରୀ, ପୁରାତନ ବରିଷ୍ଠ ଛାତ୍ର ତଥା ଆଂଚଳିକ ଶିଳ୍ପକେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ, ଅବସରପ୍ରାପ୍ତ ବରିଷ୍ଠ ଉପଦେଷ୍ଟା ତିରୁପତି ବାଲାଜୀ ରଥ ପ୍ରମୁଖ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Leave A Reply