ରାୟଗଡା,୧୫ ।୬(rabindra patkhandal)-ରାଜ୍ୟର ୨୯ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ପରେ ଶେଷରେ ରାୟଗଡ଼ା ଜିଲ୍ଲାରେ କରୋନା ଚିହ୍ନଟ ହୋଇଥିଲା । ଚଳିତ ମାସ ୩ ତାରିଖରେ ପ୍ରଥମ ଚିହ୍ନଟ ହୋଇଥିବା ବେଳେ ଠିକ୍ ୧୨ ଦିନରେ ଏହି ସଂଖ୍ୟା ୧୨ରେ ପହଞ୍ଚିଛି । ଜିଲ୍ଲାରେ ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଏକ ପ୍ରକାର ବିଚଳିତ ହୋଇପଡିଛନ୍ତି । ସେପଟେ ଏକ ଖୁସି ଖବର ଆସିଛି ଯେ ଆଜି ପୁଣି ୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ସମସ୍ତ ୭ଜଣ ସୁସ୍ଥ ହୋଇଛନ୍ତି ।
ବର୍ତ୍ତମାନ ରାୟଗଡା ଜିଲ୍ଲାର କାଶିପୁର ବ୍ଲକରେ ସର୍ବାଧିକ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଥରେ ୫ ଜଣ ଚିହ୍ନଟ ହୋଇଛନ୍ତି ସମସ୍ତେ ଆକ୍ରାନ୍ତ ବ୍ୟକ୍ତି ପୁରୁଷ । ଆଜି ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତ କାଶିପୁର ବ୍ଲକର । ୪ ଜଣ ଆକ୍ରାନ୍ତ ୪ର୍ଥ କୋରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି । ସମସ୍ତେ ଦିଲ୍ଲୀ ଫେରାନ୍ତଙ୍କ ସହ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ ।
ହାଇଦ୍ରାବାଦରୁ ଜଣେ ଫେରିଥିଲେ । ସେ ହାଇଦ୍ରାବାଦରୁ ବଲାଙ୍ଗୀର ଆସିଥିଲେ ଟ୍ରେନ ଯୋଗେ । ବଲାଙ୍ଗୀରରୁ ରାୟଗଡା ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆସିଥିଲେ, ରାୟଗଡା ଠାରୁ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଗାଡି କରି ନିଜ କାଶିପୁର ବ୍ଲକକୁ ପଠାଯାଇଥିଲା । ସେଠାରୁ ଯୁବକ ଜଣକ ନିଜ ଗାଁ ଚମ୍ପାଯୋଡି ଯାଇଥିଲେ । ସେଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ କିଛି ଦିନ ରହିବା ପରେ ନିଜ ଗ୍ରାମ ରେଙ୍ଗାରେ ଘରୋଇ ସଙ୍ଗରୋଧରେ ଯାଇଥିଲେ । ଘରେ ରହିବାର କିଛି ଦିନ ପରେ ତାଙ୍କୁ ଥଣ୍ଡା ଜଣାପଡିବାରୁ ସେ ସ୍ୱାସ୍ଥକର୍ମୀଙ୍କ ସହ ଯୋଗାଯୋଗ କରିଥିଲ । ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା ।
ଏବଂ ତାଙ୍କ ନମୁନା ପଜେଟିଭ୍ ଆସିଥିବା ଜଣାପଡିଛି । ପ୍ରଶାସନ ତରଫରୁ କାଶିପୁର ବ୍ଲକ ଡଙ୍ଗାସିଲ ପଂଚାୟତ ଅନ୍ତର୍ଗତ ସର୍ଗିଗୁଡା ଏବଂ ରେଙ୍ଗା ଗ୍ରାମକୁ ନିିଷିଧାଚଂଳ ଘୋଷଣା କରାଯାଇଛି । କରୋନା ଲକ୍ଷଣ ଚିହ୍ନଟ ହେବା ପରେ ୫ ଜଣଙ୍କୁ ଜୟପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଓ ଲୋକ ସମ୍ପର୍କ ରାୟଗଡ଼ା ମାଧ୍ୟମରେ ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ୧୨ ଜଣ କୋରନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଥିବା ବେଳେ ୫ ଜଣ ସକ୍ରିୟ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଏଥି ସହ ଜିଲ୍ଲାପାଳ ବେହେରା ଏକ ବାର୍ତ୍ତା ପ୍ରେରଣ କରିଛନ୍ତି ଯେ କୋରନା ରୋଗୀଙ୍କ ସଂଖ୍ୟା ବଢିଲେ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ, ଘରୁ ରୁହନ୍ତ, ସାମାଜିକ ଦୂରତା ୨ ମିଟର ବଜାୟ ରଖନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ।
