ରାୟଗଡା- ଜାତୀୟ ଗ୍ରୀନ ଟିବ୍ୟୁନାଲ ଅନ୍ତର୍ଗତ ସ୍ୱଚ୍ଛ ଭାରତ ମିଶନ, ଆବର୍ଜନା ପରିଚାଳନା ବିଷୟବସ୍ତୁକୁ ନେଇ ସ୍ଥାନୀୟ ଜିଲ୍ଲା ଉନ୍ନୟନ ଗ୍ରାମ୍ୟ ସଂସ୍ଥାର ସଭାଗୃହରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଆଇଏସ୍ ଅମ୍ରିତ ଋତୁରାଜଙ୍କ ସଭାପତିତ୍ୱରେ ରାୟଗଡା ସହରକୁ ସବୁଜ, ପ୍ରଦୂଷଣ ମୁକ୍ତ, ସଠିକ ରୂପରେ ଆବର୍ଜନା ପରିଚାଳନାକୁ ନେଇ ଏକ ପ୍ରଶୀକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆବର୍ଜନା ସାଧକ ବା ବିଶେଷଜ୍ଞ ଓମ ପ୍ରକାଶ ରଥ ଏବଂ ସୈଗତ ଅନୁରାଗ ସେନାପତି ଉପସ୍ଥିତ ଥିଲେ । ଭଦ୍ରକ ପୌରପରିଷଦର ଯେଉଁ ଆବର୍ଜନାର ସୁପରିଚାଳନା କରାଯାଉଛି ତାହା ଗୋଟି ଗୋଟିକରି ଅତି ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଏକ ଅସ୍ଥାୟୀ କାର୍ଯ୍ୟ ଖସଡା ପ୍ରସ୍ତୁତି କରି ସମସ୍ତେ ଆଗକୁ ବଢିବା ପାଇଁ ଶ୍ରୀରଥ ଉତ୍ସାହିତ କରିଥିଲେ । ସହରର ବିଭିନ୍ନ ଜାଗାରେ ନିର୍ଗତ ହେଉଥିବା ଆବର୍ଜନାକୁ କିପରି ପରିଚାଳନା କରାଯିବ ସେ ବିଷୟବସ୍ତୁକୁ ନେଇ ଆଲୋଚନା ହୋଇଥିଲା । ପୌରପରିଷଦର ବୈଷୟିକ କର୍ମଚାରୀ, ସ୍ୱଚ୍ଛସାଥୀ, ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ଏହି ପ୍ରଶୀକ୍ଷଣ ଶିବିରରେ ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।