Odisha news

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦାନ୍ୟତା; ମୃତ ଷୋଳପୁଅ ମା ବସ୍ ଡ୍ରାଇଭରଙ୍କ ପରିବାର କୁ ଫେରାଇଲେ ଟଙ୍କା ।

0

କୋଣାର୍କ, ସଭ୍ୟ ସମାଜରେ ଦିନକୁ ଦିନ ମଣିଷ ପଣିଆ ଲୋପ ପାଉଥିବା ବେଳେ,କେଉଁଠି ନା କେଉଁଠି ମାନବିକତା ଆଜିବି ବଂଚି ରହିଥିବା ଦେଖିବାକୁ ମିଳୁଛି । ଯାହା ଗତ ୩୦ତାରିଖରେ ପୁରୀ-କୋଣାର୍କ ଚନ୍ଦ୍ରଭାଗା ମେରାଇନ ଡା୍ରଈଭ ସଡକ ଦୁର୍ଘଟଣାରେ ମୃତ ବସ୍ ଡା୍ରଈଭର ଅର୍ଜୁନ ମହାକୁଢଙ୍କୁ କୋଣାର୍କ ମେଡିକାଲରୁ ୧୦୮ ଯୋଗେଁ ପୁରୀ ଡାକ୍ତରଖାନା ନିଆଯାଇଥିଲା ।ସେଠାରେ ଡା୍ରଈଭର ଅର୍ଜୁନ କୁ ଡାକ୍ତର ମୃତୁ୍ୟ ଘୋଷଣା କରିଥିଲେ କିନ୍ତୁ ସେ କୋଣାର୍କରୁ ଆମ୍ବୁଲାନ୍ସ ୧୦୮ ରେ ଯିବା ବାଟରେ ତାଙ୍କ ପକେଟରେ ଥିବା ଏକ ଜରି ଗୁଡା ପୋଟଳା ଗାଡିରେ ଖସି ପଡିଥିଲା ଯାହାକୁ ପରମୂହୁର୍ତରେ ଆମ୍ବୁଲାନ୍ସ ୧୦୮ର କର୍ମଚାରୀ ଅଶୋକ ରାଜଯୋଗୀ ପାଇ ଅନ୍ୟ ଦୁଇ କର୍ମଚାରୀ ଶ୍ୟାମ ସୁନ୍ଦର ଦାସ ଓ ଅରବିନ୍ଦ ପ୍ରଧାନ ଙ୍କୁ ଦେଖାଇଥିଲେ । ସେମାନେ ଯେତେବେଳେ ସେ ଜରି ପୋଟଳା ଖୋଲିଛନ୍ତି ସେଥିରୁ ୨୮ଟି ୫୦୦ ଟଙ୍କିଆ ନୋଟ ୪ଟି ୨୦୦ ଟଙ୍କିଅ. ୨୧ଟି ୧୦୦ ଟଙ୍କିଆ ସହ ୨୦ଟଙ୍କିଆ ୧୧ଟି ଦେଖିଥିଲେ, ଏପରି ମୋଟ ୧୭,୧୨୦ଟଙ୍କା ରହିଥିଲା । ଅଶୋକ ରାଜଯୋଗୀ ସଙ୍ଗେସଙ୍ଗେ ମୃତ ଅର୍ଜୁନଙ୍କ ପରିବାର ଓ ସ୍ଥାନୀୟ ଗଣମାଧ୍ୟମକୁ ଅବଗତ କରିଥିଲେ । ସେହି ଟଙ୍କା ଫେରାଇବା ପାଇଁ ୩ କର୍ମଚାରୀ ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ଥାନାକୁ ଆସି ଥାନାର ଏସ୍.ଆଇ ଦିଲ୍ଲୀପ କୁମାର ବେହେରା ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧୀଙ୍କ ଉପସ୍ଥିତିରେ ସ୍ୱର୍ଗତ ଡା୍ରଈଭର ଅର୍ଜୁନଙ୍କ ସ୍ତ୍ରୀ ଙ୍କୁ ଟଙ୍କା ଫେରାଇଛନ୍ତି । ସ୍ୱଳ୍ପ ବେତନ ଭୋଗୀ ଏହି ୩ଜଣ ୧୦୮ କର୍ମଚାରୀଙ୍କର ଏପରି ବଦାନ୍ୟତା କୁ ସବୁ ମହଲରୁ ବେଶ୍ ପ୍ରଶଂସା କରାଯାଉଛି ।

Leave A Reply