Odisha news

ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା : ସୂଚନା ଦେଲେ ପୁଲିସ ଡିଜି

0

ପୁରୀ: ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏନେଇ ପୁଲିସ ଡିଜି ଅଭୟ ସୂଚନା ଦେଇ କହିଛନ୍ତି ଯେ ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏ ପୁରୀ ଜିଲ୍ଲା ସଟ୍‌ଡାଉନ ରହିବ।

ଏହି ସମୟରେ ବଡ଼ଦାଣ୍ଡକୁ ପୁରା ସିଲ୍ କରାଯିବ ଏବଂ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏହି ସମୟରେ ଘରୁ ନ ବାହାରିବାକୁ ଏବଂ ପୁରୀକୁ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଲାଗି ୫୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ସମୟରେ ଘରୁ ନ ବାହାରିବାକୁ ଏବଂ ପୁରୀକୁ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ।

Nalco
Leave A Reply