Odisha news

ରାୟଗଡା : ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀର ସତ୍ୟବ୍ରତ ଦାଶଙ୍କ ୩୧୪ ବ୍ଲକକୁ ପଦଯାତ୍ରା

0

ରାୟଗଡା,୨୨ ।୬(rabindra patkhandal)- ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀର ୧୦ ଜୁଲାଇ ୨୦୧୯ରେ ଓଡିଶାର ୩୧୪ ବ୍ଲକକୁ ହାତରେ ଭାରତର ଜାତୀୟ ପତାକା ଧରି ପଦଯାତ୍ରାରେ ବାହାରିଥିବା ଜଗସିଂପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦ ବ୍ଲକର ଯୁବକ ସତ୍ୟବ୍ରତ ଦାଶ ଆଜି ରାୟଗଡାରେ ପହଂଚିିଥିଲେ ।

ଜେ.କେ.ପୁର ଠାରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସହ ଆଲୋଚନା ପରେ ସତ୍ୟବ୍ରତ ରାୟଗଡା ମୁହାଁ ହୋଇଥିଲେ । ରାୟଗଡା ଠାରେ ପହଂଚିବା ପରେ ସେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀରେ ଏକ ଦାବୀପତ୍ର ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିକୁ ପ୍ରଦାନ କରିଥିଲେ ।

Leave A Reply