Odisha news

ରାୟଗଡା : କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

0

ରାୟଗଡା,୨୨ ।୬(Rabindra patkhandal)- ମାଟି କାନ୍ଥ ପଡି ଜଣେ ମହିଳା ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଘଟଣାକ୍ରମେ ଏକ ପୁରୁଣା ମାଟି କାନ୍ଥ ଭାଙ୍ଗୁଥିବା ସମୟରେ ହଠାତ୍ କାନ୍ଥ ଧସିଯିବା ଯୋଗୁଁ ମିଥଳା ନାଏକ ନାମ୍ମୀ ଜଣେ ମହିଳା ମାଟି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ମିଥଳାଙ୍କ ସହ ତାଙ୍କ ସ୍ୱାମୀ ମହେଶ୍ୱର ନାଏକ ଏବଂ ତିନି ଝିଅ କାମ କରୁଥିଲେ ।

ମାଟି ତଳେ ଚାପି ହୋଇ ମିଥଳା ରହିଥିବା ଦେଖି ସ୍ୱାମୀ ଏବଂ ତିନି ଝିଅ ମାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମିଥଳାକୁ ମାଟି କାନ୍ଥ ତଳୁ ଟାଣି ବାହାର କରିବାରୁ ମିଥଳାର ଶରୀରର ତଳ ଅଂଶ ମାଟି ତଳେ ଚାପି ହୋଇ ରହିଯାଇଥିଲା । ଘଟଣା ସ୍ଥଳରେ ହିଁ ମଥଳାର ମୃତ୍ୟୁ ହୋଇଯାଇଥିଲା । ଘଟଣା ସଂପର୍କରେ ରାୟଗଡା ପୋଲିସ ଖବର ପାଇଁ ମିଥଳାକୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply