Odisha news

ରାୟଗଡା : ମାନୁ ନାହାନ୍ତି ହୋମ କରେଣ୍ଟାଇନ ନିୟମ ପ୍ରଦୂଷଣ ଅଧିକାରୀ

0

ରାୟଗଡା,୨୨ ।୬(Rabindra patkhandal)- ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ହୋମ କରେଣ୍ଟାଇନ ନିୟମ ମାନୁ ନାହାନ୍ତି । ନିଜେ ବିଭିନ୍ନ ରେଡ଼ ଜୋନ ସ୍ଥାନରୁ ଫେରିବା ପରେ ନିଜ ତରଫରୁ ସେ ହୋମ କରେଣ୍ଟାଇନରେ ରହିବା କଥା କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘର ଆଗରେ ଲଗାଯାଇଥିବା କୋଭିଡ଼ ୧୯ର ହୋମ କରେଣ୍ଟାଇନ ସୂଚନା ଫଳକକୁ କାଡି ଫପାଡି ଦେଇଥିବା ମଧ୍ୟ ସୂଚନା ମିଳିଛି ।

ରାୟଗଡ଼ାରେ ଥିବା ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କୁମାର କର ଗତ ୧୨ ତାରିଖରୁ ଅଫିସ କାର୍ଯ୍ୟରେ ବ୍ରହ୍ମପୁର ପରେ ଭୂବନେଶ୍ୱର ଯାଇ ୧୮ ତାରିଖ ଦିନ ଫେରିଥିଲେ ରାୟଗଡ଼ାର ବିଦ୍ୟା ନଗର ସ୍ଥିତ ଏସ୍‌ ଆପାଡ଼ମେଣ୍ଟ ବାସଭବନକୁ ସେଠାରେ ରହୁଥିବା ଆଉ କିଛି ପରିବାର ଗଣମାଧ୍ୟମକୁ ଅବଗତ କରାଇଥିଲେ । ଗଣମାଧ୍ୟମ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପରେ କୋଭିଡ଼ ୧୯ ହୋମ କରେଣ୍ଟାଇନ ସୂଚନା ଫଳକ ସ୍ୱସ୍ଥ୍ୟ କର୍ମୀ ଯାଇ ତାଙ୍କ ବାସଭବନରେ ଲଗାଇ ଥିଲେ ଏବଂ ୧୮ ତାରିଖ ଠାରୁ ଜୁଲାଇ ୧ ତାରିଖ ଯାଏ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ବିଡ଼ମ୍ବନାର କଥା ସେ ଅଧିକାରୀ ଜଣକ ସେହିଦିନ ହିଁ କାର୍ଯ୍ୟାଳୟ ଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ତାଗିଦ କରିଥିଲେ । ତଥାପି କୋଭିଡ଼ ନିୟମ ଅବମାନନା କରି ଆଜି କାର୍ଯ୍ୟାଳୟ ଯାଇ କାର୍ଯ୍ୟକରୁ ଥିବାଦେଖିବା ମିଳିଥିଲା ।

ତାଙ୍କ ବାସଭବନରେ ଲାଗିଥିବା କୋଭିଡ଼ ସୂଚନା ବାହାର କରିଦେଇଥିଲେ ସ୍ୱାସ୍ଥ୍ୟ ବିଭାଗ ଯାଇ ପୁଣିଥରେ କୋଭିଡ଼ ୧୯ ହୋମ କରେଣ୍ଟାଇନ ସୂଚନା ଫଳକ ଲଗାଯାଇଥିଲା । ତେବେ ନିଜେ ସରକାରୀ ଅଧିକାରୀ ହୋଇ ସରକାରଙ୍କ ନିୟମ ଅବମାନନା କରୁଥିବା ଏକ ଅପରାଧ ଅଟେ । ଏହି ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ୫ ଜିଲାକୁ ନେଇ ଗଠନ ହୋଇଥିବାବେଳେ ବିଭିନ୍ନ ଜିଲ୍ଲାରୁ ଲୋକେ କାର୍ଯ୍ୟାଳୟକୁ ଆସୁଥିବା ଦେଖିବା ମିଳୁଛି । ତେବେ ଏହି ଅଧିକାରୀ କାହାର ସଂସ୍ପର୍ଶରେ ଆସିଥିବେ ତେବେ ୫ଟି ଜିଲା କରୋନା ଆକ୍ରାନ୍ତ ନିଶ୍ଚିତ ବ୍ୟାପିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ପ୍ରକୋଟ କରିଛି ।

Leave A Reply