ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ଲକ୍ଷ୍ମୀ ନାରାୟଣ ଭେଟ ଦେଖିବାକୁ ପ୍ରବଳ ଭିଡ଼ : ଆଜି ଅଧରପଣା ନୀତି ପରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ରଣପୁର : ଶୁକ୍ରବାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥ ଯାତ୍ରା ରେ ଲକ୍ଷ୍ମୀ ନାରାୟଣ ଭେଟ ସମ୍ପୂର୍ଣ୍ଣ ହେବା ସହ ତିନି ରଥ ଶ୍ରୀମନ୍ଦିର ସମ୍ମୁଖ ରେ ପହଞ୍ଚିଛି. ତେବେ ବାହୁଡା ଦିନ ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ୱଜ ରଥ ଶ୍ରୀ ମନ୍ଦିର ସମ୍ମୁଖ ରେ ଲାଗିଥିବା ବେଳେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥ ରଣପୁର ବଡଦାଣ୍ଡ ଚଣ୍ଡେଶ୍ୱର ସାହି ସମ୍ମୁଖ ରେ ଅଟକି ରହିଥିଲା ଏବଂ ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବେଳେ ଏକାଦଶୀ ତିଥି ରେ ରଥ ଟଣା ବନ୍ଦ ହୋଇ ତିନି ରଥ ରେ ଚତୁର୍ଦ୍ଧା ମୂର୍ତ୍ତି କୁ ରୁପା ବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ ଏବଂ ସଂନ୍ଧ୍ୟା ରେ ନନ୍ଦିଘୋଷ ରଥ ସମ୍ମୁଖ ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ଶୁକ୍ରବାର ଅପରାହ୍ନ ତିନି ଘଂଟିକା ରେ ରଥଟଣା ଆରମ୍ଭ କରାଯାଇ ପ୍ରଥମେ ଦେଇ ସୁଭଦ୍ରା ଙ୍କ ଦର୍ପଦଳନ ରଥ କୁ ମହିଳା ମାନେ ଟାଣିନେଇ ଶ୍ରୀମନ୍ଦିର ସମ୍ମୁଖ ରେ ପହଞ୍ଚିବା ପରେ ପ୍ରଭୁ ଜଗନ୍ନାଥ ରଥ ଟଣାଯାଇ ଶ୍ରୀମନ୍ଦିର ନିକଟ ଦୋଳମଣ୍ଡପ ଠାରେ ପହଞ୍ଚିବା ପରେ ଏକ ସୁସଯିତ ବିମାନରେ ଶ୍ରୀମନ୍ଦିର ରୁ ମହାଲକ୍ଷ୍ମୀ ଆସି ନନ୍ଦିଘୋଷ ରଥ ଚତୃପାର୍ଶ୍ଵ ରେ ପ୍ରଦକ୍ଷଣ କରିବା ରଥ ସମ୍ମୁଖ ଆଳତି ଅନୁଷ୍ଠିତ ହୋଇଥିଲା ପରେ ପ୍ରଭୁ ଜଗନ୍ନାଥ ଆଜ୍ଞା ମାଳ ପାଇଁ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିର ପ୍ରସ୍ଥାନ କରି ଚାହାଣି ମଣ୍ଡପ ରେ ଉପସ୍ଥିତ ରହିଥିଲା ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟା ରେ ଭକ୍ତ ସମାଗମ ହେବ ସହିତ ହରି ବୋଲ ହୁଳହୁଳି ଶବ୍ଦ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ତେବେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖ ରେ ଲାଗିଥିବା ଶନିବାର ରଥ ରେ ଅଧରପଣା ନୀତି ସମ୍ପୂର୍ଣ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ନୀଳାଦ୍ରି ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି.. ଏହି ଭେଟ କାର୍ଯ୍ୟକର୍ମ ରେ ତହସିଲଦାର ଇପ୍ସିତ ସାହୁ ମ୍ୟାନେଜର ରମେଶ ପ୍ରଧାନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏନ. ଏସି ଅଧକ୍ଷ ରଙ୍ଗୀନ ମହାନ୍ତି ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି.ସବଇନ୍ସପେକଟର ସଞ୍ଜୟ ପରିଡା ଚାନ୍ଦପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଥିଲେ…….
ରଥ ଟାଣିବା ବେଳେ ଅଘଟଣ.. ଆଜି ରଥ ଦୋଳମଣ୍ଡପ ନିକଟ ରେ ପହଞ୍ଚିବା ପରେ ଏକ ଅଘଟଣ ଘଟିବା ନେଇ ରଥ ଶ୍ରୀମନ୍ଦିର ସମ୍ମୁଖ ରେ ଲାଗିବା ନେଇ ବିଳମ୍ବ ହୋଇଥିଲା ବଳଭଦ୍ର ରଥ ର ମୁଖ୍ୟ ମହାରଣ ତଥା ତିନି ରଥ ମୁଖ୍ୟ ମହାରଣା କବିରାଜ ମହାରଣ ଙ୍କୁ ପୁଅ ସରୋଜ ମହାରଣା ରଥ ଟଣା ହେବା ବେଳେ ରଥ ର ଗର ବାଜି ତାଙ୍କ ବାମ ପାଦ ରେ ଗଭୀର ଆଘାତ ଲାଗିଥିଲା ତେବେ ସଙ୍ଗେ ସଙ୍ଗେ ତାଙ୍କୁ ରଣପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ଯାହାକୁ ନେଇ ରଥ ଶ୍ରୀମନ୍ଦିର ସମୁଖରେ ଲାଗିବା ବିଳମ୍ବ ହୋଇଥିଲା
