Odisha news

ମଲ୍ଲୀପଶି ଠାରେ ବାହୁଡା ଯାତ୍ରା : ହଜାର ହଜାର ଭକ୍ତଙ୍କ ସମାଗମ

0
ଢ଼େଙ୍କିକୋଟ ତା ୨୮. ୬.  ୨୩ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ଠାରେ ପ୍ରସିଦ୍ଧ ବାହୁଡା ଯାତ୍ରା ଆଜି ହଜାର ହଜାର ଭକ୍ତଙ୍କ ସମାଗମରେ ସଫଳତା ହୋଇଛି l  ତିନି ତିନି ଟି ରଥ ଉପରେ ଚତୁର୍ଦ୍ଦା ମୁର୍ତିକୁଂ ଆଜି ଭକ୍ତମାନେ ବଡ଼ଦାଣ୍ଡ ରେ ଦର୍ଶନ କରିଥିଲେ l ଚତୁର୍ଦ୍ଦା ମୁର୍ତିକଂ ଯଥାବିଧି ପୁଜାର୍ଚନା ପରେ ପରେ ଅପରାନ୍ହ ୪ ଟା ପହଣ୍ଡି କରାଯାଇଥିଲା l ରାଜା ରବି ନାରୟଣ ସିଂ ଦେଓ ଛେରାପହଁରା କରିଥିଲେ l ରଥଯାତ୍ରା କମିଟି, ଆଦିତ୍ୟ ବାହିନୀ, ସ୍ବେଚ୍ଛାସେବୀ ସଂଗଠନ, ଭରସା ପରିବାର, ଡ୍ରାଇଭର ସଂଘ, ପୋଲିସ ପ୍ରଶାସନ, ସ୍କାଉଟ ର ପିଲାମାନେ, ଇସ୍କନ ର କର୍ମକର୍ତ୍ତା, ଦାରୁବ୍ରହ୍ମ ପ୍ରତିଷ୍ଟାନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l ରଥଯାତ୍ରା କମିଟି ର ଉଦ୍ୟୋକ୍ତା ଶିକ୍ଷକ ପାର୍ଥସାରଥି ବେଜ ସର୍ବ ପ୍ରମୁଖ ଗୁରୁ ଦାଇତ୍ୱ ତୁଲାଇଥିଲେ l ଅପରାହ୍ଣ ୫ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା l ମାଆ ସୁଭଦ୍ରା ରଥ କୁ ମହିଳାମାନେ ଟାଣିଥିଲେ l ମଲ୍ଲୀପଶି ବଡ଼ଦାଣ୍ଡ ଜନ ସମୁଦ୍ର ପାଲଟି ଯାଇଥିଲା l ଦାଶରଥି ପ୍ରଧାନ, ଓ ମାଳତୀନାଥ ଶର୍ମା ରଥଯାତ୍ରା ର ଧାରାବିବରଣୀ ପ୍ରଦାନ କରିଥିଲେ l  ହରିବୋଲ. ହୁଳହୁଳୀ. କରତାଳି. ଘଣ୍ଟ ଘଣ୍ଟା ମଧ୍ୟରେ ଚତୁର୍ଦ୍ଦା ମୁର୍ତି ଶ୍ରୀ ମନ୍ଦିର ରେ ପହଞ୍ଚିଥିଲେ l
Leave A Reply