ପୁରୀ: ଚତୁର୍ଦ୍ଦଶୀ ତିଥି ଅବସରରେ ଶ୍ରୀମନ୍ଦିରରୁ ଆଜି ଗଜ ପତି ମହାରାଜାଙ୍କ ରାଜ ପ୍ରସାଦକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି। ଦଇତାପତି ସେବକମାନେ ହାତରେ ଥାଳି ଧରି ରାଜ୍ ନଅରକୁ ଖଢି ପ୍ରସାଦ ବିଜେ କରି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତିଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ୨୯ ତାରିଖ ଉଭାଅମାବାସ୍ୟା ଦିନ ମହାପ୍ରଭୁ ଭକ୍ତଙ୍କ ନେତ୍ର ଉତ୍ସବ ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ଦିନ ଜଳ ଲାଗି ପରେ ଦୀର୍ଘ ୧୪ ଦିନ ଧରି ବିଗ୍ରହ ମାନେ ଜ୍ବରରେ ପୀଡ଼ିତ ହୋଇ ଅଣସର ଗୃହରେ ଗୁପ୍ତ ସେବା ପୂଜା ନୀତିରେ ଥିଲେ। ଏବେ ସୁସ୍ଥ ହୋଇ ଭକ୍ତଙ୍କୁ ନବ ଯୌବନ ଦର୍ଶନ ଦେବେ। ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ରଥ ଯାତ୍ରା। ରଥ ଯାତ୍ରା ଯେତିକି ପାଖେଇ ଆସୁଛି ରଥ ଖଳା ସେତିକି ଚଳ ଚଞ୍ଚଳ ହୋଇ ଉଠିଛି। ତିନି ରଥ ନିର୍ମାଣ ଶେଷ ହୋଇ କନକ ମୁଣ୍ଡି ଓ ଶୁଆ ଲାଗି ସାରିଛି। କେବଳ ତିନି ରଥ ରେ କନା ଲାଗିବ ଓ ଦକ୍ଷିଣ ମୋଡ଼ ହେବ।