ହିନ୍ଦୁ ଧର୍ମରେ ୧୨ ଟି ମାସ ର କିଛିନା କିଛି ସ୍ୱତନ୍ତ୍ର ବିଶେଷତ୍ୱ ରହିଛି l ସେହି ବିଶେଷତ୍ୱ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା l ଯାହା ଦର୍ଶାଇ ଥାଏ ବିଶ୍ୱରେ ମାନବ ସମାଜର ଏକତା l କାରଣ ବିଶ୍ୱର ବିଭିନ୍ନ ଦେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଏହି ସମୟରେ ସମସ୍ତ ଭକ୍ତ ଜାତି, ଧର୍ମ, ବର୍ଣ ନିର୍ବି ଶେଷରେ ଏକାଠି ହୋଇ ଥାଆନ୍ତି l
ଆଷାଢ଼ ମାସ ଧରାପୃଷ୍ଠ ରେ ପାଦ ଥାପିବା ମାତ୍ରକେ ବିଭିନ୍ନ ସୁଗନ୍ଧରେ ଏହି ପୃଥିବୀ ପୃଷ୍ଠ ମହକି ଉଠିଥାଏ l କାରଣ ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ଦିନଟି ଆମ ମାନବ ଜାତି ଓ ସମାଜ କୁ ଏକତାର ଭାବ ଶିଖାଇ ଥାଏ l
କାରଣ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଦେବତା, ଯିଏ କି ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ପୂଜ୍ୟ l ଶ୍ରୀ କ୍ଷେତ୍ର ପୁରୀ ଜଗନ୍ନାଥ ଧାମ ଭାବରେ ସମସ୍ତଙ୍କ ନିକଟରେ ପରିଚିତ l ଏହା ଭାରତର ୪ଟି ତୀର୍ଥ ସ୍ଥଳୀ ମଧ୍ୟରୁ ଗୋଟିଏ l ଜଗନାଥ ଙ୍କ ରଥଯାତ୍ରା ଏହି ପବିତ୍ର ଧାମ ପୁରୀରୁ ଆରମ୍ଭ ହୋଇଛି l ତେଣୁ ବିଶ୍ୱର ଯେଉଁ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳିତ ହୋଇଥାଏ ସେମାନେ ପୁରୀ ର ନିୟମକୁ ଅନୁସରଣ କରି ଥାଆନ୍ତି l
ରଥଯାତ୍ରା ଗୋଟିଏ ଏପରି ଉତ୍ସବ ଯାହା କି ଅନେକ ଗୁଡିଏ ଉତ୍ସବର ସମିଶ୍ରଣ ଅଟେ l ବସନ୍ତ ପଞ୍ଚମୀ ଦିନରୁ ରଥଖଳାରେ ୩ରଥ ଙ୍କ ପାଇଁ ରଥକାଠ ଏକତ୍ରିତ କରାଯାଇ ଥାଏ, ଏହାପରେ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ l ଏହି ରଥ ଗୁଡିକ କେବଳ କାଠ ରେ ପ୍ରସ୍ତୁତ ହୁଏ l ଏଥିରେ ଅନ୍ୟ କୌଣସି ଧାତୁ ର ପ୍ରୟୋଗ ହୋଇ ନଥାଏ, ରଥର କଣ୍ଟା ଗୁଡିକ ମଧ୍ୟ କାଠରେ ପ୍ରସ୍ତୁତ ହୁଏ l
ରଥଯାତ୍ରାର ୧୫ ଦିନ ପୂର୍ବରୁ ଜ୍ୟେଷ୍ଠ ପୁର୍ଣିମା ଦିନ ପ୍ରଭୁ ଙ୍କୁ ସ୍ନାନ ମଣ୍ଡପ ରେ ସ୍ନାନ କରାଯାଇଥାଏ l ଏହି ସ୍ନାନ ପାଇଁ ଜଳ ସୁନା କୂଅରୁ ଅଣାଯାଇ ଥାଏ l ଏହିଦିନ ପ୍ରଭୁ ୧୦୮ କଳସି ଜଳ ରେ ସ୍ନାନ କରି ଥାଆନ୍ତି l ଏହିଦିନ ଠାରୁ ଚତୁର୍ଧା ମୂର୍ତି ଙ୍କୁ ଜ୍ୱର ହୋଇଥାଏ ଓ ସେ ବିଶ୍ରାମ ନେଇ ଥାଆନ୍ତି l ଯେଉଁ ସ୍ଥାନଟିରେ ବିଶ୍ରାମ ନିଅନ୍ତି ତାହାକୁ ଅଣସରଘର କୁହାଯାଏ l ଏହି ସମୟରେ ଶ୍ରୀ ମନ୍ଦିର ରେ ରତ୍ନ ସିଂହାସନ ଉପରେ ପଟି ଦିଅଁ ପୂଜା ପାଇ ଥାଆନ୍ତି l ତା ସହିତ ଅଣସରଘରେ ପ୍ରଭୁଙ୍କର ଜ୍ଵରର ଉପଚାର ହୋଇଥାଏ l ତା ଛାଡ ଶ୍ରୀ ମନ୍ଦିର ରେ ଏହି ସମୟ ରେ ଅଭଡ଼ା ପ୍ରସ୍ତୁତ ହୋଇନଥାଏ l
ଏହାପରେ ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ଦିନ ରଥଯାତ୍ରା ରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରକୁ ବିଜେ କରି ଥାଆନ୍ତି, ପ୍ରଭୁ ଜଗନ୍ନାଥ, ନିଜ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା, ସାଙ୍ଗରେ ସୁଦର୍ଶନ ଙ୍କୁ ନେଇ ମାଉସୀ ଘରକୁ ବିଜେ କରି ଥାଆନ୍ତି l ଏହି ସମୟରେ ପ୍ରତ୍ୟକ ଭକ୍ତଙ୍କୁ ଦର୍ଶନ ଦେଇ ତାଙ୍କର ମନର ଅଭିଳାଷ ଓ ଇଛାକୁ ପୁରଣ କରି ଥାଆନ୍ତି l ଏହି ସମୟରେ ଭକ୍ତ ଓ ଭଗବାନ ଙ୍କର ଅପୂର୍ବ ମିଳନ ହୋଇଥାଏ l ଯାହାକି ସମଗ୍ର ବିଶ୍ୱରେ ଗୋଟିଏ ନିଆରା ପରମ୍ପରା ଅଟେ l
ଏହି ୩ରଥ ରଥଙ୍କୁ ବିଶେଷ ରଙ୍ଗର କପଡା ରେ ସଜ୍ଜିତ କରାଯାଇଥାଏ l ଜଗନ୍ନାଥ ଙ୍କ ରଥକୁ ନାଲି ଓ ହଳଦିଆ, ଯାହାର ନାମ ନନ୍ଦିଘୋଷ ଅଟେ l ବଳଭଦ୍ରଙ୍କ ରଥକୁ ନାଲି ଓ ସବୁଜ ରଙ୍ଗ କପଡା ରେ ସଜ୍ଜିତ କରାଯାଇଥାଏ, ଯାହାର ନାମ ତାଳଧ୍ୱଜ ଅଟେ, ଏହାପରେ ମାତା ସୁଭଦ୍ରାଙ୍କ ରଥକୁ ଦର୍ପଦଳନ ବୋଲି କୁହାଯାଇ ଥାଏ l
ରଥଯାତ୍ରା ଦିନ ୩ରଥ ଉପରେ ପୁରୀ ରାଜା ସୁନାର ଝାଡୁ ରେ ଛେରା ପହଁରା କରି ଥାଆନ୍ତି l ଏହାପରେ ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ ଓ ଭଉଣୀ ସୁଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ଙ୍କ ସହିତ ରଥାରୁଢ଼ ହୋଇ ଥାଆନ୍ତି l ଏହାପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥାଏ l କୋଟି କୋଟି ଜନତା ଜଗି ବସି ଥାଆନ୍ତି କାଳିଆ ସାଆନ୍ତ ଙ୍କୁ ଦର୍ଶନ କରିବା ପାଇଁ l ସତେ ଯେପରି ଅନୁଭବ ହୋଇଥାଏ ପ୍ରଭୁ ଶ୍ରୀ ମନ୍ଦିର ରୁ ବାହାରି ଆସିଛନ୍ତି ନିଜର ଭକ୍ତ ମାନଙ୍କ ଆକ୍ଷିରୁ ଲୁହ ପୋଛିଦେଇ କୋଳେଇ ନେବା ପାଇଁ l ଏହାପରେ ଭକ୍ତମାନେ ଭାବ ବିନୋଦିଆଙ୍କ ଭାବରେ ଭାସି ଯାଇ ରଥ ଦଉଡି କୁ ଶ୍ରୀମନ୍ଦିର ରୁ ଗୁଣ୍ଡିଚା ମନ୍ଦିର ଆଡକୁ ଟାଣି ନେଇ ଥାଆନ୍ତି l
ଏହାପରେ ୩ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ଲାଗିଥାଏ, ଯାହାକି ହେଉଛି ପ୍ରଭୁଙ୍କ ର ମାଉସୀ ଘର ଅଟେ, ଏହି ସମୟରେ ଯେଉଁ ଦର୍ଶନ କରାଯାଇ ଥାଏ ତାହାକୁ ଆଡ଼ପ ଦର୍ଶନ କୁହାଯାଇ ଥାଏ l ମାଉସୀ ଘରେ ପ୍ରଭୁଙ୍କର ବିଶେଷ ଅତିଥି ସତ୍କାର କରାଯାଇ ଥାଏ l ସେଠାରେ ମାଉସୀ ଗୁଣ୍ଡିଚା ପ୍ରଭୁଙ୍କ ବାଟ ଚାହିଁ ବସି ରହି ଥାଆନ୍ତି l ଏହାପରେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ଚାଲି ଯାଇ ଥିବାରୁ ମା ଲକ୍ଷ୍ମୀ ହେରା ପଞ୍ଚମୀ ଦିନ ଜଗନ୍ନାଥ ଙ୍କ ରଥ ଚକ ଭାଙ୍ଗିବାକୁ ମାଉସୀ ଘରକୁ ଯାଇ ଥାଆନ୍ତି l ଅପୁନର୍ବର ଆଷାଢ଼ ଶୁକ୍ଲପକ୍ଷ ବାହୁଡା ଦଶମୀ ଦିନ ପ୍ରଭୁ ଙ୍କର ବାହୁଡା ଯାତ୍ରା ହୋଇଥାଏ l
ମାନ୍ୟତା ରହିଛି ଯେ ଏହିଦିନ ଚତୁର୍ଧା ମୂର୍ତିଙ୍କୁ ରଥରେ ରହିବାକୁ ଦିଆଯାଇ ଥାଏ ଓ ଏହିଦିନ ଦେବତା ମାନେ ମଧ୍ୟ ସ୍ୱର୍ଗଲୋକ ରୁ ଚତୁର୍ଧା ମୂର୍ତିଙ୍କ ଦର୍ଶନ ପାଇଁ ଓଲ୍ହାଇ ଆସି ଥାଆନ୍ତି l ଏହାପରେ ଏକାଦଶୀ ଦିନ ପ୍ରଭୁଙ୍କ ନିକଟରେ ଅଧରପଣା ଲାଗି ହୋଇଥାଏ ଓ ଏହାପରେ ପ୍ରଭୁ ଶ୍ରୀ ମନ୍ଦିରକୁ ବିଜେ କରନ୍ତି l