Odisha news

ରାଷ୍ଟ୍ରପତି ପାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିବାଦିତ ବୟାନ ଦେଇ ବଲିଉଡ ଫିଲ୍ମମେକର ରାମ ଗୋପାଲ ଚର୍ଚ୍ଚାରେ

0

ନୂଆଦିଲ୍ଲୀ : ହିନ୍ଦୀ ଚଳଚିତ୍ର ଜଗତରେ କିଛି ଏଭଳି ବ୍ୟକ୍ତି ଅଛନ୍ତି, ଯେଉଁମାନେ ମୁହଁ ଖୋଲିବା ମାତ୍ରକେ ଭୂମିକମ୍ପ ସୃଷ୍ଟି ହୋଇଥାଏ l ଏହି ତାଲିକା ରେ ବଲିଉଡ ପ୍ରଡ୍ୟୁସର ରାମ ଗୋପାଲ ବର୍ମା ଙ୍କ ନାଁ ରହିଛି l ସେ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଲାଇମ୍ ଲାଇଟ କୁ ଆସି ଥାଆନ୍ତି l ରାମ ଗୋପାଲ  ବର୍ମା ବର୍ତମାନ ଏନଡ଼ିଏ ରାଷ୍ଟ୍ରପତି ପାର୍ଥି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି l ଯାହାକୁ ଜାଣିଲେ ଆପଣ ଅସନ୍ତୋଷ ପ୍ରକାଶ କରିବେ l

କଣ ରହିଛି ବିବାଦିତ ଟୁଇଟ ?
ରାମ ଗୋପାଳ ବର୍ମା ରାଷ୍ଟ୍ରପତି ପଦବୀ ର ପାର୍ଥି ଦ୍ରୌପଦୀ ମୁର୍ମୁ ଙ୍କ ନାମ କୁ ନେଇ କମେଣ୍ଟ କରି କହିଛନ୍ତି – ‘ ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ଏଠାରେ ପାଣ୍ଡଵ କିଏ ? ଏବଂ ଏହାଠାରୁ ଅଧିକ ଆବଶ୍ୟକ କୌରଵ କିଏ ?’

ରାମ ଗୋପାଲ ଏହି ଟୁଇଟ କରିବା କ୍ଷଣି ସୋସିଆଲ ମିଡିଆରେ ଅସନ୍ତୋଷ ଦେଖା ଦେଇଥିଲା l ପ୍ରତ୍ୟକ ବ୍ୟକ୍ତି ରାମ ଗୋପାଲ ଙ୍କୁ କଡା ସମାଲୋଚନା କରିବାକୁ ଲାଗିଲେ l ଏହାକୁ ନେଇ ବିଜେପି ନେତାମାନେ ଅସନ୍ତୋଷ ପ୍ରକାଶ କରି ଆପତ୍ତି ଦେଖାଇଥିଲେ ଓ ଆଉକିଛି ବିଜେପି ନେତା ହାଇଦ୍ରାବାଦ ପୋଲିସ ଷ୍ଟେସନ ରେ ଚଳଚିତ୍ର ପ୍ରଡ୍ୟୁସର ଙ୍କ ବିରୋଧରେ FIR ଦରଜ କରିଥିଲେ l ଏହାକୁ ନେଇ ପୋଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି l

ମାମଲା ଗମ୍ଭୀର ହେବା ଦେଖି ରାମ ଗୋପାଲ ପୁନର୍ବାର ଟୁଇଟ କଲେ –
ମାମଲା ଗମ୍ଭୀର ହେବା ଲକ୍ଷ୍ୟକରି ସେ ପୁନର୍ବାର ଟୁଇଟ କରିଥିଲେ l ଯେଉଁଥିରେ ଲେଖିଥିଲେ ‘ ମୁଁ ସେମିତି କୌଣସି ଉଦେଶ୍ୟ ରଖି ଏହା କହିନାହିଁ l ମହାଭାରତର ଦ୍ରୌପଦି ମୋର ପ୍ରିୟ ଚରିତ୍ର ମାନଙ୍କ ମଧ୍ୟରୁ ଗୋଟିଏ l ନାମ ଟି ଏତେ ଦୁର୍ଲଭ ହୋଇଥିବା କାରଣରୁ ମୋତେ ସମ୍ବଧିତ ପାତ୍ର ଗୁଡିକ ମନେ ପଡିଗଲେ l ମୋର ଉଦେଶ୍ୟ ଅଡ଼ୁକାହାରୀ ଭାବନାକୁ ଆଘାତ କରିବା ନୁହେଁ l ‘

Nalco
Leave A Reply