ଚାଣକ୍ୟ ଙ୍କ ନୀତି ମଣିଷ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ଯାହାକୁ ନେଇ ଆମେ ଜୀବନରେ ଆଗକୁ ବଢିଥାଉ l ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନରେ ବିଷମ ରୁ ବିଷମ ପରିସ୍ଥିତିର ସମୁଖୀନ କରି ନୀତିଶାସ୍ତ୍ର ଲେଖି ଛନ୍ତି l ଯାହାକି ମାନବ ଜୀବନକୁ ପଥ ପ୍ରଦର୍ଶନ କରୁଛି l ଆଜିର ଚାଣକ୍ୟ ନୀତିରେ କୁହାଯାଇଛି ଯେ ଘରର ମହିଳାଙ୍କୁ କେଉଁସବୁ କଥା କହିବା ଉଚିତ ନୁହେଁ l
* ନିଜର ଅପମାନ –
ଚାଣକ୍ୟଙ୍କ ନୀତି ଅନୁସାରେ କୁହାଯାଇଛି ଯେ ଜଣେ ପୁରୁଷ ନିଜ ପତ୍ନୀକୁ ଅନ୍ୟଠାରୁ ହୋଇ ଥିବା ଅପମାନକୁ କହିବା ଉଚିତ ନୁହେଁ l ସବୁ ମହିଳା ନୁହନ୍ତି କିନ୍ତୁ କିଛି ମହିଳା ଏଭଳି ଥାଆନ୍ତି ଯେଉଁମାନେ ଏହି କଥାକୁ ନେଇ ବିଭିନ୍ନ ଆକ୍ଷେପ କରି ଥାଆନ୍ତି l ଯାହାଦ୍ୱାରା ମାନସିକ କଷ୍ଟ ଅନୁଭବ ହୋଇଥାଏ l
* ପୁରୁଷ ମାନେ ଦାନ ଲୁଚାଇ କରିବା ଉଚିତ –
ଚାଣକ୍ୟ ଙ୍କ ନୀତି ଅନୂସାରେ ଦାନ ର ମହତ୍ୱ ସେତେବେଳେ ରହିଥାଏ, ଯେତେବେଳେ ତାହାକୁ ଗୁପ୍ତ ଭାବରେ କରାଯାଇଥାଏ l ଏହାଛଡା ପତ୍ନୀ କ୍ରୋଧ ର ବଶବର୍ତ୍ତୀ ହୋଇ ଏହି କଥାକୁ ନେଇ ଆପଣଙ୍କୁ ଆକ୍ଷେପ କରିପରନ୍ତି l
* ନିଜର ଦୁର୍ବଳତା କହିବା ଠିକ ନୁହେଁ –
ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣଙ୍କର କିଛି ଦୁର୍ବଳତା ରହିଛି ତେବେ କଦାପି ନିଜ ପତ୍ନୀ ଙ୍କୁ କହିବା ଠିକ ନୁହେଁ l ଏହାଦ୍ୱାରା ଜୀବନ ରେ ଆଗକୁ ଅପମାନିତ ହେବାକୁ ପଡିପାରେ l
* ଆର୍ଥିକ ଅବସ୍ଥା –
ନିଜ ପତ୍ନୀ ଙ୍କୁ କଦାପି ନିଜର ଆର୍ଥିକ ଅସୁବିଧା କହିବା ଠିକ ନୁହେଁ l କାରଣ ସବୁ ପତ୍ନୀ ଠିକ ନୁହନ୍ତି, କିଛି ପତ୍ନୀ ଅଛନ୍ତି ସ୍ୱାମୀଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଖୀ ଭାବରେ ଜୀବନ ବିତାଇ ଥାଆନ୍ତି l କିନ୍ତୁ ଆଉକିଛି ପତ୍ନୀ ଅଛନ୍ତି ଆର୍ଥିକ ଅନାଟନ କୁ ନେଇ ତାନା ମାରି ଥାଆନ୍ତି l
