Odisha news

ଶ୍ରୀ କ୍ଷେତ୍ରରେ ଭଉଁରୀ ଯାତ୍ରା ଓ ତିନି ରଥର ଚକ-ଅଖ ଡେରା ଅନୁକୂଳ ନୀତି ସମ୍ପର୍ଣ୍ଣ

0
ପୁରୀ:  ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅବସରରେ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କର ୨୧ ଦିନ  ଚନ୍ଦନ ଯାତ୍ରାର ପାରମ୍ପରିକ ଭଉଁରୀ ଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଭଉଁରୀ ଯାତ୍ରା ଅବସରରେ   ନନ୍ଦା ଓ ଭଦ୍ରା ଚାପ ନୌକା ଗୁଡ଼ିକୁ ବିଭିନ୍ନ ରଙ୍ଗ ବେରଙ୍ଗର ସୁନ୍ଦର ପୁଷ୍ପ ମାଲ୍ୟାରେ ସୁସଜ୍ଜିତ କରା ଯାଇଥିଲା। ସେହି ପରି ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ଚକଡା଼କୁ ମଧ୍ୟ ରଙ୍ଗ ବେରଙ୍ଗର ଫୁଲ ମାଳରେ ସଜ୍ଜିତ କରା ଯାଇଥିଲା। ରାତ୍ରିର ଉଜ୍ଜ୍ୱଳ ଆଲୋକ ରେ ଝଲସି ଉଠିଥିଲା ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ଚକଡା। ଯାହା ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦେଖା ଯାଇ ଥିଲା। ଭଉଁରୀ ଯାତ୍ରା ଦେଖିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚତୁର୍ପର୍ଶ୍ୱରେ  ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଏହି ଅବସରରେ ଆଜି ରଥ ଖଳାରେ ୩ ଗୋଟି ଅଖ ସହ ୬ ଗୋଟି ଚକ ସଂଯୋଗ ପୂର୍ବକ ଆଜିର ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଛି ।
ସକାଳ ଧୂପ ପରେ ତିନି ରଥର ଅଖ ସହ ଚକ ସଂଯୋଗ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉ ମାନଙ୍କର ସମସ୍ତ ନୀତି କାନ୍ତି ସଅଳ ସମ୍ପନ୍ନ ହୋଇଛି।  ରବିବାର ପ୍ରାତଃ ୫ ଟା ୫୦ ମିନିଟରେ  ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇ ଥିଲା।
ଭିରର ଶୋଧ, ମଙ୍ଗଳ ଆଳତି, ଅବକାଶ, ବେଶ ଶେଷ ଓ ଅନ୍ୟାନ୍ୟ ନିତୀ କାନ୍ତି ପରେ ମହାପ୍ରଭୁଂଙ୍କ ପରବର୍ତ୍ତୀ ସକାଳ ଧୂପ ନୀତି ଶେଷ ହୋଇ ଥିଲା। ସକାଳ ଧୂପ ପରେ ପୂର୍ବାହ୍ନ ୧୧ ଟା ୫୦ ମିନିଟରେ ତିନି ଜଣ ପୂଜା ପଣ୍ଡା ସାମନ୍ତେ ହାତରେ ଆଜ୍ଞାମାଳ ଧରି ଶ୍ରୀମନ୍ଦିରରୁ ପଟୁଆରରେ ଆସି ରଥଖଳାରେ ପହଂଚି ଥିଲେ। ପ୍ରଥମେ ତିନି ବାଡ଼ର ପୂଜା ପଣ୍ଡା ସାମନ୍ତ ଶ୍ରୀନହରକୁ ଯାଇ ନିର୍ଦ୍ଦେଶ ପାଇବା ପରେ ସେଠାରୁ ଫେରି ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞା ମାଳ ପ୍ରଦାନ କରିଥିଲେ। ପରେ ଭୋଇ ସେବକ ମାନେ ତିନି ରଥର ଗୋଟିଏ ଲେଖାଏଁ ଅଖ ସହ ଦୁଇଟି ଲେଖାଁଏ ଚକ ଡେରା କାର୍ଯ୍ୟ ସମ୍ପର୍ଣ୍ଣ କରି ଥିଲେ। ଆଜିର ଏହି କାର୍ଯ୍ୟକ୍ରମ ସମୟରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ, ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସାମର୍ଥ ବର୍ମା,ଆରକ୍ଷୀ ଅଧୀକ୍ଷକ, ଶ୍ରୀ ମନ୍ଦିର ଉନୟନ ପ୍ରଶାସକ, ଶ୍ରୀ ମନ୍ଦିର ନୀତିପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ ମାନେ ଉପସ୍ଥିତ ଥିଲେ ।
Leave A Reply