Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜିପିଆରଏସ ସର୍ଭେ

0
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜିପିଆରଏସ ସର୍ଭେ ଲୁଚା ଛପାରେ ରାତି ଅଧିଆ କରାଯାଇଛି।  ଓବିସିସି ଚଞ୍ଚକତା କରି ରାତି ଅଧରେ ଜିପିଆରଏସ୍ ସର୍ଭେ କରିଥିବା ଅଭିଯୋଗ ହୋଇଛି।  ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଓବିସିସିର କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜିପିଆରଏସ୍ ସର୍ଭେକୁ ନେଇ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ଜିଲ୍ଲା ପ୍ରଶାସନ। ଗତକାଲି ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି।
ଖୋଳତାଡ଼ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣା ପଡିଥିଲା। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆରଏସ ମେସିନ ବୋଲି ଜଣାପଡିଥିଲା। ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ କରି ଦେବାକୁ କହିଥିଲା। ରାତିରେ ଏହି ସର୍ଭେ କରିବାକୁ ନିର୍ଦେଶ ରହିଥିଲା। ଏ ଭିତରେ ୨ ଦିନ ସର୍ଭେ କାମ ସରିଛି। ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବର ସୂଚନା ମିଳୁଛି।
ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ଗୋଟେପଟେ ଏଏସ୍ଆଇ ଓ ତାର ଜଏଣ୍ଟ ଇନସପେକସନ ରିପୋର୍ଟରେ ତଥ୍ୟ ଦେଇଛି ଜିପିଆରଏସ ସର୍ଭେ ହୋଇନାହିଁ। ତେବେ କୋର୍ଟରେ ଦାଖଲ କରିବା ପାଇଁ ଏଭଳି ରାତି ଅଧିଆ ଜିପିଆର ସର୍ଭେ କରାଯାଉଥିବାରୁ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Nalco
Leave A Reply