Odisha news

ରାସୋଳ : ବିଜୁଳୀ ଖୁଟଂରେ ଚଢ଼ି କାମ କରୁଥିବା ବେଳେ ଗୋଡ ଖସି ବିଦ୍ୟୁତ୍ କର୍ମଚାରୀ ମୃତ-ଅଚଂଳରେ ଶୋକରଛାୟା

0

ରାସୋଳ: ଆଜି ସକାଳେ ରାସୋଳ ସାପୁଆ ରୋଡ ରେ ବିଜୁଳି ଖୁଟଂରେ ଚଢ଼ି କାମ କରୁଥିବା ବେଳେ ଗୋଡ ଖସି ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାର ଜରାଯାଇଛି । ଖବରରୁ ଜଣା ଯାଏ ଯେ ରାସୋଳ ତେଲିଭୂଇଁ ର ମାନସ ରଜଂନ ସାହୁ (୩୬) ସେସୁ ଅଧିନରେ ଜଣେ ଲାଇନ ମ୍ୟାନ ଭାବେ କାମ କରନ୍ତି । ଆଜି ସକାଳେ ସାପୁଆ ରୋଡରେ ଥିବା ଏକ ବିଜୁଳି ଖୁଟଂରେ ଚଢ଼ି କାମ କରୁଥିବା ବେଳେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ ।

ତାଙ୍କୁ ତୁରନ୍ତ ଅଗ୍ନିଶମ ବାହିନୀ ସହାୟତାରେ ଜିଲ୍ଲ ।ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ସ୍ଥାନୀୟ ଅଚଂଳରେ ପ୍ରଚାର ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଛି । ସୂଚନା ଥାଉ କି ମାନସ ବିବାହିତ ଥିବା ବେଳେ ତାଙ୍କର ଏକ ୩ ବର୍ଷର ଶିଶୁ କନ୍ୟା ଅଛି । ଶବ ବ୍ୟବଚ୍ଛେଦ ପରେ ମର ଶରୀର ତେଲିଭୂଇଁରେ ପହଁଚିବା ପରେ ଉପଯୁକ୍ତ କ୍ଷତିପୂରଣ ଦାବୀ କରି ଗ୍ରାମବାସୀ ମାନେ ରାସ୍ତା ଉପରେ ଶବ ରଖି ରାସ୍ତା ରୋକ୍ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ବିଜୁଳି ବିଭାଗର କୋ÷ଣସି ପଦାଧିକାରୀ ପହଁଚି ନଥିଲେ ।

Leave A Reply

Your email address will not be published.