Odisha news

ଅନୁଗୁଳ : କରୋନା ମକାବିଲା ନିମନ୍ତେ ପରିବର୍ତିତ କାର୍ଯ୍ୟକ୍ରମ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ , ପଚାଂୟତ ସ୍ତରରେ କୋଭିଡ୍ କେୟାର ହୋମ୍ ଓ ଗ୍ରାମ ସ୍ତରରେ କୋଭିଡ୍ ପରିଚାଳନା କମିଟି ଗଠନ

0

ଅନୁଗୁଳ: ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ ଓ ପଚାଂୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ପୂର୍ବାହ୍ନରେ ଏକ ଭିଡିଓ କନଫରେନ୍ସ ଜରିଆରେ କରୋନା ମୁକାବିଲା ନିମନ୍ତେ ସରକାରଙ୍କ ପରିବର୍ତିତ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାସୱାନ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରା ମନୋନୀତ ଜିଲ୍ଲା ସାଧନ ଦଳରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଗ୍ରାମ ପଚାଂୟତ ସ୍ତରରେ କୋଭିଡ୍ କେୟାର ହୋମ ଓ ଗ୍ରାମ୍ୟ ସ୍ତରରେ କୋଭିଡ୍ ପରିଚାଳନା କମିଟିର ଗଠନ ଓ ଏହାର ସଦସ ୍ୟମାନଙ୍କୁ ତାଲିମ ପ୍ରଦାନ ଉପରେ ଆଲୋଚନା ହୋଇଥିଲା । ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କ ଫେରିବା ସଂଖ୍ୟା କମି ଯାଇଥିବାରୁ ପଚାଂୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିବର୍ତେ କୋଭିଡ୍ କେୟାର ହୋମ କାର୍ଯ୍ୟକାରୀ ହେବ । ଯଦି ଏହା ମଧ୍ୟରେ ପ୍ରବାସୀ ମାନେ ଫେରନ୍ତି ତେବେ କେତୋଟି ଗ୍ରାମ ପଚାଂୟତକୁ ନେଇ କ୍ଲଷ୍ଟର ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେମାନେ ସଙ୍ଗରୋଧରେ ରହିବେ । ସେହିପରି ସହରାଚଂଳରେ କୋଭିଡ୍ ପରିଚାଳନା ପାଇଁ ୱାର୍ଡ ସ୍ତରୀୟ କମିଟି ଗଠନ କରାଯିବ ।

ଉଭୟ ଗ୍ରାମାଚଂଳ ଓ ସହରାଚଂଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଗୋଷ୍ଠୀ ସଚେତନତା ତଥା ୱାର୍ଡ ସ୍ତରରେ ଅବରୋଧ କାର୍ଯ୍ୟପନ୍ଥାକୁ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ଗ୍ରାମ ସ୍ତରରେ ବିକେନ୍ଦ୍ରୀ କରଣ ଗୋଷ୍ଠୀ ଭିତିକ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଉଦେ୍ଦଶ୍ୟରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ଗଠନ ହେବ । ଏହି କମିଟିରେ ୱାର୍ଡ ସ୍ତରୀୟ ଲୋକପ୍ରତିନିଧି ଯଥା ୱାର୍ଡର ସଦସ୍ୟଙ୍କ ସମେତ ଆଶା ଓ ଅଙ୍ଗନଓ୍ବାଡି କର୍ମୀ, ଏ ଏନ ଏମ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଆଚଂଳିକ ମହାସଂଘର ସଭାପତି ଓ ସମ୍ପାଦିକା ଏଥିରେ ସଦସ୍ୟ ରହିବେ । ଏହାଛଡା କମିଟିର ନିଷ୍ପତିକ୍ରମେ କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିବା ନିମନ୍ତେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ସ୍ୱେଚ୍ଛାସେବୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯିବ । ଗାଁରେ ଥିବା ଗାଁ କଲ୍ୟାଣ ସମିତି ଆବଶ୍ୟକସ୍ଥଳେ ଅଧିକ ସଦସ୍ୟକୁ ନେଇ କୋଭିଡ୍ ପରିଚାଳନା କମିଟିରେ କାର୍ଯ୍ୟ କରକିପାରିବେ । ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ଗଠନର ଉଦେ୍ଦଶ୍ୟ ଓ ଗାଁ ଗୁଡିକରେ ଚାଲିଥିବା ସର୍ଭେ ସମୟରେ କରୋନା ଲକ୍ଷଣ ଦେଖା ଦେଲେ କଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ଏହି ଭିଡିଓ କନଫରେନ୍ସରେ ଆଲୋଚନା ହୋଇଥିଲା । ଏହାଛଡା ଅସୁରକ୍ଷିତ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ନିମନ୍ତେ କମିଟିର ଦାୟିତ୍ୱ, ସାମାଜିକ ସଦ୍ଭାବ ରକ୍ଷା ତଥା ସାମାଜିକ ବିଦ୍ୱେଶର ଶିକାର ନ ହେବା ପାଇଁ କମିଟିର ଦାୟିତ୍ୱ କିପରି ରହିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କମିଟି ସପ୍ତାହକୁ ଥରେ ବସିବ । ସହରାଚଂଳରେ ସଚେତକ ଆପ୍ ମାଧ୍ୟମରେ ଲୋକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ କରୋନା ଚିକିତ୍ସା ସମ୍ପର୍କରେ ତଥ୍ୟ ଯୋଗାଇ ଦିଆଯିବ । ଗାଁକୁ ଆସୁଥିବା ଏବଂ ସ୍ଥାନୀୟ ଲୋକଙ୍କ ପାଖରେ ରହୁଥିବା ବାହାରର ଲୋକ ମାନଙ୍କ ସଙ୍ଗରୋଧ କିପରି କରାଯିବ ଓ କୋଭିଡ୍ ପରିଚାଳନା ନିମନ୍ତେ ସଚେତନତା କାର୍ଯ୍ୟ କମିଟି ଦ୍ୱାରା କିପରି ସମ୍ପାଦିତ ହେବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାଛଡା ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟିର କାର୍ଯ୍ୟ ସମୀକ୍ଷା ପାଇଁ କଣ ସବୁ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ରାଜ୍ୟ ପଚାଂୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଡି.କେ ସିଂହ, ନିଦେ୍ର୍ଦଶକ ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନର ନିଦେ୍ର୍ଦଶକ ରାଜେଶ ପାଟିଲ ଓ ଯୁଗ୍ମ ନିଦେ୍ର୍ଦଶକ ସରୋଜ ଦାସଙ୍କ ସମେତ ବିଭାଗୀୟ କର୍ମକର୍ତା ଓ ୟୁନିସେଫର କର୍ମଚାରୀ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ରାକେଶ କୁମାର କୁଣ୍ଡୁ ଏହି ଭିଡିଓ କନଫରେନ୍ସ ପରିଚାଳନା କରିଥିବା ବେଳେ ଏଥିରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏକ ସମୟରେ ଏହି ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଥିଲା

Leave A Reply

Your email address will not be published.