କଣିହାଁ : ୫ଦଫା ଦାବୀ ନେଇ ୨ରୁ୪ ତାରିଖ 3ଦିନ ଧରି ସର୍ବ ଭାରତୀୟ ଧର୍ମଘଟ କରାଯାଇଛି l ଏହି ପରିପ୍ରେକ୍ଷୀରେ କନିଜ କୋଇଲା ଖଣିରେ ଥିବା ସମସ୍ତ ୟୁନିୟନ ମାନଙ୍କ ମିଳିତ ଆନୁକୁଲ୍ୟରେ କଣିହାଁ କୋଇଲା ଖଣି ଟାଇମିଙ୍ଗ ଅଫିସ ସମ୍ମୁଖରେ ବସି ରହି ଧର୍ମଘଟ କରିଛନ୍ତି l ଫଳରେ କୋଇଲା ଖଣିରୁ କୋଇଲା ପରିବହନ ଓ ଉତ୍ପାଦନ ସମ୍ପୂର୍ଣ ବନ୍ଦ ରହିଛି l
5ଦଫା ଦାବି ମଧ୍ୟରେ ବ୍ୟବସାୟ ଉଦ୍ଦେଶ୍ୟରେ ଘରୋଇ ମାଲିକ ମାନଙ୍କୁ କୋଇଲା ଖଣି ବିକ୍ରି ଓ ନିଲାମ ବନ୍ଦ କରିବା, କୋଇଲା ଉଦ୍ୟୋଗର ସମସ୍ତ ପ୍ରକାର ଘରୋଇକରଣକୁ ବନ୍ଦ କରିବା, ସିଏମପିଡିଆଇକୁ କୋଲ ଇଣ୍ଡିଆରୁ ଅଲଗା ନକରିବା, ଖଣିରେ କାର୍ଯ୍ୟରତଠିକା ଶ୍ରମିକ ମାନଙ୍କୁ ପାୱାର କମିଟି ଆଧାରରେ ବେତନ ପ୍ରଦାନ କରିବା ପ୍ରମୁଖ ଅନ୍ତର୍ଭୁକ୍ତ l
ଉକ୍ତ ଧର୍ମଘଟରେ ଶ୍ରମିକନେତା ସୌଭାଗ୍ୟ ପ୍ରଧାନ, ଶଙ୍କର ବେହେରା, କାଳିଆ ମାଝୀ, କଣିହାଁ ଆଇଏନଟିୟୁସି ର ସଭାପତି ମହେନ୍ଦ୍ର ପ୍ରଧାନ, ସଂପାଦକ ବିଜୟ ସାହୁ, ଏଚଏମଏସର ସଭାପତି ଦୁଷ୍ମନ୍ତ ସାହୁ, ସମ୍ପାଦକ ଜ୍ଞାନେନ୍ଦ୍ର ପ୍ରଧାନ, ବିଏମଏସ ର ସଭାପତି ଜିତେଶ ଧର ସମ୍ପାଦକ ଅଭୟ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ l
