ଅନୁଗୁଳ: ଆଜି ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ) ଅନୁଗୁଳ କେନ୍ଦ୍ରରେ ଚତୁର୍ଦ୍ଧା ମୂର୍ତୀଙ୍କର ସୁନାବେଶ ଦର୍ଶନ ଅନୁଷ୍ଠିତ ହୋଇଛି । ସରକାରଙ୍କ କୋଭିଡ୍-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତାକୁ ରକ୍ଷା କରି ପ୍ରାତଃ ରୁ ସମସ୍ତ ନୀତିକାନ୍ତି କରାଯାଇଥିଲା । ଏହି ଅବସରରେ ସମସ୍ତ ବିଗ୍ରହ ମାନଙ୍କୁ ସୁବର୍ଣ୍ଣ ବସ୍ତ୍ର ଏବଂ ସ୍ୱର୍ଣ୍ଣ ଅଳଙ୍କାର ରେ ଅତି ସୁନ୍ଦର ଭାବରେ ଶୃଙ୍ଗାର କରାଯାଇଥିଲା । କିନ୍ତୁ ଆଶ୍ରମର ଭକ୍ତ ମାନଙ୍କ ବ୍ୟତୀତ ବାହାରୁ କୋ÷ଣସି ଭକ୍ତ ଦର୍ଶନର ସୁଯୋଗ ଲାଭ କରି ପାରିନଥିଲେ ।
ମାତ୍ର ଆଧୁନିକ ଯନ୍ତ୍ର ଦ୍ୱାରା ଅନଲାଇନ ଦର୍ଶନର ବ୍ୟବସ୍ଥା ମାଧ୍ୟମରେ ଅନେକ ଭକ୍ତ ଘରେ ବସି ଏହି ଦିବ୍ୟ ଦର୍ଶନ କୁ ଦେଖିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ମହାପ୍ରଭୁଙ୍କ ନଅଦିନର ଯାତ୍ରା ଲୀଳା ଉପରେ ଶ୍ରୀ ଶ୍ରୀମଦ୍ ଭକ୍ତି ଗୋ÷ରବ ନାରାୟଣ ସ୍ୱାମୀ ଆଶ୍ରମ ଅନ୍ତେବାସୀ ଙ୍କୁ କଥା ଶବଚ୍ଚ କରାଇଛନ୍ତି । ଶେଷରେ ମହାପ୍ରସାଦ ଅର୍ପଣ କରାଯାଇ ମହାଆରତୀ କରାଗଲା । ଏହି ସ୍ୱତନ୍ତ୍ର ଦର୍ଶନ ଆଶ୍ରମର ଭକ୍ତ ଲକ୍ଷ୍ମୀପତି ଦାସ, ଅନନ୍ତ ହରି ଦାସ, ହଳଧର ଦାସ, ଏବଂ ମଥୁରା ନାଥ ଦାସ, ସମେତ ଅନ୍ୟାନ୍ୟ ଭକ୍ତ ମାନେ ଆନନ୍ଦ ତଥା ଉଲ୍ଲାସର ସହିତ ସଫଳ କରିଥିବାରୁ ଶାଖା ପରିଚାଳକ ଜୟ ଗୋପାଳ ଦାସ ସୂଚନା ଦେଇ କହିଛନ୍ତି ।