Odisha news

ଆସନ୍ତୁ ଜାଣିବା ମଙ୍ଗଳବାର ଦିନଟି କେମିତି କଟିବ

ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରେମରେ ସଫଳତା ପାଇବେ।

ମିଥୁନ: ଖୋଦ୍‌କୁ ଶକ୍ତିବାନ ଅନୁଭବ କରିବେ। ବେପାରରେ ଉନ୍ନତି ହେବ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ଭକ୍ତି ରହିବ। ବେପାରରେ ଦୁଇଗୁଣା ବୃଦ୍ଧି ହେବାର ଯୋଗ ରହିଛି।

ସି˚ହ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ଦିନଟିଏ। ବେପାରରେ ଲାଭ ହୋଇପାରେ। ଅଫିସରେ ବାତାବରଣ ଅଲଗା ରହିବା ହେତୁ ଟିକେ ଚିନ୍ତିତ ରହିବେ।

କନ୍ୟା: ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ସନ୍ତାନ ପକ୍ଷରୁ ଖୁସି ପାଇବେ।

ତୁଳା: ବନ୍ଧୁଙ୍କୁ ନିଜର ସମସ୍ୟା ସମ୍ପର୍କରେ କୁହନ୍ତୁ, ମନ ହାଲୁକା ହେବ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ବେକାରଙ୍କୁ ରୋଜଗାର ମିଳିବ।

ବିଛା: କୌଣସି କାମ ଲାଗି ବଡ଼ଙ୍କ ସହିତ ଆଲୋଚନା କରିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଉଦର ପୀଡ଼ା ଅନୁଭବ କରିବେ।

ମକର: ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସମସ୍ୟାର ସମାଧାନ ସହଜରେ ବାହାରିଯିବ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।

କୁମ୍ଭ: ବେପାରରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଧ୍ୟାନ ଜପରେ ଆତ୍ମବଳ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

Nalco

Comments are closed.