କୁହାଯାଏ ଯେ ସମସ୍ତ ବ୍ୟକ୍ତି ନିଜର ଭାଗ୍ୟ ନେଇ ଜନ୍ମ ହୋଇ ଥାଆନ୍ତି l ତାଙ୍କ ଜୀବନରେ କଣ ଘଟିବାର ଅଛି ତାହା ପୂର୍ବରୁ ନିର୍ଧାରଣ ହୋଇଥାଏ l ଏହା ବିବାହକୁ ମଧ୍ୟ ନେଇ ହୋଇଥାଏ l କୁହାଯାଏ ଯେ ଏପରି କିଛି ରାଶି ରହିଛନ୍ତି ଯେଉଁମାନେ ନିଜର ଜୀବନସାଥୀ ଖୋଜିବାକୁ ସମୟ ନେଇ ଥାଆନ୍ତି l
* ମେଷ ରାଶି – ଏହି ରାଶିର ବ୍ୟକ୍ତିଙ୍କ ବିବାହରେ ସାଧାରଣତଃ ଡେରି ହୋଇଥାଏ l ଏହି ମାମଲାରେ ସେମାନେ ଶୀଘ୍ର ପ୍ରସ୍ତୁତ ହୋଇ ପାରି ନଥାନ୍ତି l ତାଙ୍କ ଜୀବନ ସାଥି ଠିକ ସମୟରେ ମିଳିଗଲେ ମଧ୍ୟ ବିବାହ କରିବାକୁ ସମୟ ନେଇ ଥାଆନ୍ତି l କାରଣ ଏମାନେ ନିଜ ଜୀବନ ନିଜ ଇଛାରେ ବଂଚିବାକୁ ପସନ୍ଦ କରି ଥାଆନ୍ତି l ବିବାହକୁ ନେଇ ଏହି ରାଶିର ବ୍ୟକ୍ତି କାହାରି ମଧ୍ୟ ହସକ୍ଷେପ ପସନ୍ଦ କରନ୍ତି ନାହିଁ l
* ମିଥୁନ ରାଶି – ଏହି ରାଶିର ଅଧିକାଂଶ ବ୍ୟକ୍ତି ଡେରିରେ ବିବାହ କରି ଥାଆନ୍ତି l ଏମାନେ ବିବାହ କରିବାକୁ ଇଛା ରଖିଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ ବାଧା ଉପୁଜି ଥାଏ l ଏମାନେ ନିଜ କ୍ୟାରିଅର କୁ ନେଇ ଖୁବ ମହତ୍ୱାକାଂକ୍ଷୀ ହୋଇ ଥାଆନ୍ତି l
* ବିଛା ରାଶି – ଏହି ରାଶିର ବ୍ୟକ୍ତି ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଛା ରଖି ନଥାଆନ୍ତି l ଏମାନେ ପ୍ରଥମେ ନିଜ ପସନ୍ଦ ଯୋଗ୍ୟ ଜୀବନସାଥୀ ଖୋଜି ଥାଆନ୍ତି ଓ ପରେ ବିବାହ ପାଇଁ ମନ ସ୍ଥିର କରନ୍ତି l
* ଧନୁ ରାଶି – ଏହି ରାଶିର ବ୍ୟକ୍ତି ଙ୍କୁ ତାଙ୍କର ସ୍ୱାଧୀନତା ସବୁଠୁ ଅଧିକ ପସନ୍ଦ ଅଟେ l ଏମାନେ ନିଜର ସ୍ୱତନ୍ତ୍ରତା କୁ ନେଇ କେବେବି ମୁଣ୍ଡ ନୁଆଁନ୍ତି ନାହିଁ l ଏମାନଙ୍କୁ ଭଲ ଜୀବନସାଥୀ ମିଳି ଥାଆନ୍ତି l
* କୁମ୍ଭ – ଏହି ରାଶିର ବ୍ୟକ୍ତିଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ l କିନ୍ତୁ ଏମାନେ ନିଜ ଜୀବନ ସାଥି ବାଛିବା ପାଇଁ ସମୟ ଲଗାଇ ଥାଆନ୍ତି l ଏମାନେ ଭାବିଚିନ୍ତି ନିଜର ଜୀବନସାଥୀ ବାଛନ୍ତି l ଡେରିରେ ବିବାହ କଲେ ମଧ୍ୟ ଭଲ ଜୀବନସାଥୀ ପାଇ ଥାଆନ୍ତି l
Comments are closed.