ରସଗୋଲା ରାଗ ହୋଇପାରେ? ପଶ୍ଚିମବଙ୍ଗର ମେଦିନୀପୁରର ଜଣେ ଦୋକନୀ ରସଗୋଲାରେ କଞ୍ଚାଲଙ୍କା ତଡ଼କା ଲଗାଇ ବିକ୍ରି କରୁଛନ୍ତି । ଏବେ କଞ୍ଚାଲଙ୍କା ଛୁଙ୍କ ରସଗୋଲାର ବେଶ୍ ଚର୍ଚ୍ଚା । ମେଦିନୀପୁର ଚର୍ଚ୍ଚ ସ୍କୁଲ ପାଖରେ ଥିବା ଏଇ ଦୋକାନରେ ରସଗୋଲା ଉପରେ ଭିନ୍ନ ଭିନ୍ନ ଏକ୍ସପେରିମଣ୍ଟେ୍ କରାଯାଉଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି । ଦୋକାନ ମାଲିକ ଅରିନ୍ଦମ ଶ’ କହନ୍ତି ପୂର୍ବରୁ ସେ ଗୁଡ଼, କେଶର, ଆମ୍ବରୁ ତିଆରି ରସଗୋଲା ବିକୁଥିଲେ କିନ୍ତୁ ପରେ ଲୋକ ସ୍ୱାଦରେ ଆହୁରି ପରିବର୍ତ୍ତନ ଚାହୁଥିଲେ । ସେଥିପାଇଁ ରାଗ ରସଗୋଲା ଉପରେ ପରୀକ୍ଷା କଲେ । ଗୋଟିଏ ରସଗୋଲାର ଦାମ୍ ଦଶ ଟଙ୍କା । କେତେକଙ୍କ କହିବା କଥା ଲୋକେ ମଧୁମେହରେ ପୀଡ଼ିତ ଥିବାରୁ ମିଠା ରସଗୋଲା ପରିବର୍ତ୍ତେ ରାଗ ରସଗୋଲାକୁ ପସନ୍ଦ କରୁଛନ୍ତି । ଏଠାରେ ରସଗୋଲାରେ ଏକ୍ସପେରିମେଣ୍ଟ୍କୁ ନେଇ କାହାଣୀ ରହିଛି । ୧୮୪୫-୫୫ରେ ପଶ୍ଚିମ ବଙ୍ଗ ସହର ଫୁଲିଆ ନିବାସୀ ହରଧନ ମୋୟରା ତାଙ୍କ ଝିଅ ପାଇଁ ଏକପ୍ରକାର ନୂଆ ମିଠା ତିଆରି କରିଥିଲେ । ସେ ସଜ ଛେନାକୁ ଫୁଟୁଥିବା ସିରାରେ ପକାଇଥିଲେ । ସେବେଠୁ ରସଗୋଲାରେ ନୂଆ ନୂଆ ଏକ୍ସପେରିମେଣ୍ଟ୍ କରାଯାଉଥିବା କୁହାଯାଏ ।