ରଣପୁର : ରାଜ୍ୟ ସରକାର ମା ଓ ଶିଶୁର ମଙ୍ଗଳ ପାଇଁ ଅଙ୍ଗନବାଡି ଯୋଜନା ଜରିଆରେ ଗର୍ଭବତୀ ମା ଠାରୁ ଧରି ଛୁଆ ଙ୍କୁ ୩ ବର୍ଷ ହେବା ପର୍ଯ୍ୟନ୍ତ ମା ଓ ଛୁଆର ସମସ୍ତ ଦାୟିତ୍ୱ ବହନ କରିବା ସହ ସେମାନଙ୍କୁ ସୁଷମ ଖାଦ୍ୟ ସାଙ୍ଗକୁ ସମସ୍ତ ଦାୟିତ୍ୱ ବହନ କରିଥାନ୍ତି । ତେବେ ଏହି ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ବ୍ୟାପକ ଜାଲିଆତି ଓ ହେରଫେର ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ଜଣା ପଡିଛି ।
ଏହିଭଳି ଏକ ଅଭିଯୋଗ ହେଲା ରଣପୁର ଏନ୍.ଏ.ସି ର ୧୫ଟି ୱାର୍ଡ ରେ ହୋଇଥିବା ଅଙ୍ଗନବାଡି ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋସିଆଲ ମିଡିଆ ଜରିଆରେ ଏହାର ଯାଂଚ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଥିବା ଏକ ପୋଷ୍ଟ କରି ଜଣେ ବିଜେଡି ଯୁବନେତା ଗିରଫ ହେବା ଘଟଣାରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଏହାକୁ ଜିଲ୍ଲା ପ୍ରଶାସନ ରଣପୁର ଏନ.ଏ.ସି ର ୧୫ ଟି ୱାର୍ଡରେ ନିଯୁକ୍ତି ହୋଇଥିବା ଅଙ୍ଗନବାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ଯାଂଚ କରିବା ସହ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଥିବା ସମସ୍ତ ଗାଇଡ୍ଲାଇନ୍ସ କୁ ଯାଂଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।