Odisha news

ଦୁଇ ଟି ଘଟଣା ର ପର୍ଦାଫାଶ କଲା ରଣପୁର ପୋଲିସ

ମହିଳା ଙ୍କୁ ଗଳା କାଟି ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଗିରଫ 

0
ରଣପୁର…… ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ ସଫଳତା…ରଣପୁର ଥାନା ଅଧନସ୍ଥ ସୁନାଖଳା  ଓ ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳ ରେ ଘଟିଥିବା  ଦୁଇଟି ବଡ଼ଘଟଣା ର   ଚବିଶ ଘଣ୍ଟା   ନପୂରୁଣୁ ଅଭିଯୁକ୍ତ କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ରଣପୁର ପୋଲିସ . ରବିବାର ମହିଳା ଙ୍କ ଗଳା କାଟି ହତ୍ୟା ମାମଲା ଓ  ଶନିବାର   ବାଳିକା  ଦୁଷ୍କର୍ମ ଘଟଣା ର ପର୍ଦାଫାଶ କରିଛି ପୋଲିସ ଏ ନେଇ ରଣପୁର ଥାନା ରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି ନୟାଗଡ ଏସପି..ରାହୁଲ ଜୈନ….. ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ.. ରଣପୁର ଥାନା ଅଧିନସ୍ଥ ସୁନାଖଳା ଫାଣ୍ଡି କୋଟଣିଶିଳା ଗ୍ରାମ ରେ ଗତ ରବିବାର  ରାତି 10ଟା 30ମିନିଟ ରେ ନମିତାରାଣୀ ବେହୁରା ନାମକ ଜଣେ ମହିଳା ଙ୍କ ବେକ କାଟି ହତ୍ୟା କରାଯାଇଥିଲା. ମୃତ   ମହିଳା ଙ୍କ ସ୍ୱାମୀ ଶରତ ଚନ୍ଦ୍ର ବେହୁରା ନୂଆପଡା ଠାରେ ସିଆରପିଏଫ ଭାବେ  କାର୍ଯ୍ୟରତ ଅଛନ୍ତି ନମିତା ଙ୍କ ଦୁଇ ଝିଅ ବିବାହ କରିସାରିଥିବା ବେଳେ ପୁଅ ଭୁବନେଶ୍ୱର ରେ ରୁହନ୍ତି ତେବେ ନମିତା ଘରେ ଏକୁଟିଆ ରହୁଥିଲେ. ଏହାର ସୁଯୋଗ ନେଇ ମହିଳା ଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ତେବେ ଏନେଇ ମୁତ୍ୟୁ ମହିଳା ଙ୍କ ପୁଅ ଶାଶ୍ୱତ ସାମନ୍ତରାୟ ରଣପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଥାନା କେଶ ନମ୍ବର 213/24ରେ302 ରେ  ମାମଲା ରୁଜୁ କରାଯାଇ ନୟାଗଡ଼  ଏସପି ରାହୁଲ ଜୈନ ଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇଥିଲା   ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଙ୍କୁ ତଦନ୍ତ ଭରା ପ୍ରଦାନ କରାଯାଇ. ରଣପୁର ଆଇ.ଆଇ. ସି ଙ୍କ  ସମେତ ଏକ ସାଇଣ୍ଟିଫିକ ଟିମ ସାଙ୍ଗେ ସାଙ୍ଗେ  ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ. ପ୍ରାଥମିକ ତଦନ୍ତ ରୁ ପୋଲିସ  ଉକ୍ତ ଗ୍ରାମ ର ଶରତ କୁମାର ସ୍ୱାଇଁ ଙ୍କୁ  ପୋଲିସ ଥାନା ଙ୍କୁ ଆଣି ପଚାର ଉଚରା କରିଥିବା ବେଳେ ସେ ମହିଳା ଙ୍କ ମାରିଥିବା ନେଇ ମାନିଥିବା ବେଳେ ତାଙ୍କ ଠାରୁ ଗଳା କାଟି ହତ୍ୟା ରେ ବ୍ୟବହୁର୍ତ ଛୁରୀ କୁ ଜବତ କରାଯାଇଥିଲା ଶରତ ମୃତ  ମହିଳା ଙ୍କ ସାନ ଜ୍ୱାଇଁ ବୋଲି ଜଣାପଡିଛି ତେବେ ପୋଲିସ ଘଟଣା  ଟିକୁ ଗୁରୁତ୍ୱ ସହ ନେଇ ତଦନ୍ତ କରୁଥିବା ବେଳେ ଆଗାମୀ 30ଦିନରେ ଏହାର ଚାରସିଟ ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରିଛି ସେହିଭଳି ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳ ରେ   ଜୈନିକ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ କୁ ନୟାଗଡ ଏସପି ଗୁରୁତ୍ୱର ସହ ନେଇ ରଣପୁର ଥାନା କେଶ ନମ୍ବର 214/2024 ରେ ପୋସ୍କୋ ଆକ୍ଟ ରେ ମାମଲା ରୁଜୁ କରି ଡି.ଏସ.ପି ହେମନ୍ତ ରାଓ ଙ୍କ ତଦନ୍ତ ନିର୍ଦେଶ ଦେଇଥିଲେ ଉକ୍ତ ଘଟଣା ରେ ଅଭିଯୁକ୍ତ ଗୋଡ଼ିମଡା ଗ୍ରାମ ର ରବୀନ୍ଦ୍ର ନାୟକ (24) ପିତା ଭାଗୀ ନାୟକ ଙ୍କୁ ଗିରଫ କରି ମଙ୍ଗଳବାର  କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକା କୁ ଡାକ୍ତରୀ ମଇନା କରାଯାଇଛି ତେବେ  ସେ ସମ୍ପୂର୍ଣ ସୁସ୍ଥ ଥିବା ପୋଲିସ ସୂଚନା ପ୍ରଦାନ କରିଛି ଆଗାମୀ 15ଦିନ ଭିତରେ ଏହି ଚାରର୍ସିଟି ଦାଖଲ କରାଯିବା ସହିତ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ରେ ମାମଲା ର ତୁରନ୍ତ ବିଚାର କରାଯିବା ନେଇ ସୂଚନା ମିଳିଛି
Leave A Reply