Odisha news

ରଣପୁର ବିଜୁଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ଆରମ୍ଭ : ଗୋପାଳପୁର ସାତଦୋଳ ପଡିଆ ଠାରୁ ମଝିଆଖଣ୍ଡ ପର୍ଯ୍ୟନ୍ତ ଗଲା ପଦଯାତ୍ରା 

0
ରଣପୁର….. ଅକ୍ଟୋବର 2ତାରିଖ ଗାନ୍ଧୀଜୟନ୍ତୀ ଦିନ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ  ସାରା ରାଜ୍ୟ ରେ ବିଜୁଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା.ବେଳେ…. ଶୁକ୍ରବାର ରଣପୁର ବିଜୁଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି… ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ଗୋପାଳପୁର ସାତଦୋଳ ପଡିଆ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମଝିଆଖଣ୍ଡ ବାବାକମଳେଶ୍ଵର ଙ୍କ ପର୍ଯ୍ୟନ୍ତ ଏହି ପଦଯାତ୍ରା ଯାଇଥିଲା…. ଦୀର୍ଘ ପାଞ୍ଚ କିଲୋମିଟର ରାସ୍ତା ପାଦ ରେ ଚାଲି ଚାଲି ଯାଇଥିଲା ବିଧାୟକ ଓ ସମସ୍ତ ନେତା ଓ କର୍ମୀ ତେବେ ପ୍ରଥମେ ସାତଦୋଳ ପଡିଆ ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ବିଜୁବାବୁ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟ ଅର୍ପଣ କରି ଏହି ପଦ ଯାତ୍ରା ଆରମ୍ଭ କରାଯାଇଥିଲା ଏହି ଜନସମ୍ପର୍କ ପଦଯାତ୍ରା ରେ  ଜିଲ୍ଲା ପରିଷଦ ଅଧକ୍ଷ  ଦେବାଶିଷ ପଟ୍ଟନାୟକ. ବ୍ଲକ ସଭାପତି ସଚିକାନ୍ତ ଷଢଙ୍ଗୀ. ରଣପୁର ଏନ. ଏସି ଅଧକ୍ଷା ରଙ୍ଗୀନ ମହାନ୍ତି. ନଗରସଭାପତି ଲିଙ୍ଗରାଜ ନାୟକ. ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ. ସୋମେନ୍ଦ୍ର ସ୍ୱାଇଁ. ମହିଳା ନେତ୍ରୀ ଲିଙ୍କନ ସୁବୁଦ୍ଧି. ଆଇନି ଜୀବି ବନମାଳି ମହାପାତ୍ର. କିଶୋର ପଟ୍ଟନାୟକ ଙ୍କ ସମେତ ବହୁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ ପ୍ରାୟ ଏକ  ହଜାର ରୁ ଉର୍ଦ୍ଧ ସଂଖ୍ୟ ରେ ବିଜୁଜନତା ଦଳ କର୍ମୀ ଏହି ପଦଯାତ୍ରା ସାମିଲ ହୋଇଥିଲେ. ତେବେ ଏହି ପଦଯାତ୍ରା ମାଧ୍ୟମ ରେ ସାଧାରଣ ଲୋକଙ୍କ  ଘର କୁ ଘର ଯାଇ ଜନସମ୍ପର୍କ ପଦଯାତ୍ରା ର ଉଦ୍ଧେଶ୍ୟ ବୁଝେଇବା ସହିତ  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ  ଜନକଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚେଇବା ଏବଂ ବିଜୁଜନତା ଦଳ କୁ ତୃଣମୂଳ ସ୍ତରରୁ ସଂଗଠନ କୁ ମଜଵୁତ କରିବା ଏହି ଜନସମ୍ପର୍କ ପଦଯାତ୍ରା ର ମୂଳଲକ୍ଷ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମାନେ ନିଜ ମତବ୍ୟକ୍ତ କରିଥିଲେ
Ad2
Leave A Reply