“ଜାତୀୟ ହଳଦୀ ବୋର୍ଡ” ଗଠନ ଦ୍ୱାରା କନ୍ଧମାଳର ହଳଦୀ ଚାଷୀ ଭାଇଭଉଣୀମାନଙ୍କ ଆର୍ଥୀକ ଅଭିବୃଦ୍ଧି ହେବ
“ଜାତୀୟ ହଳଦୀ ବୋର୍ଡ” ଗଠନ କରିଥିବାରୁ ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ପର୍ଯ୍ୟଟନ ଭିତିଭୁମିର ବିକାଶ ହେଲେ କନ୍ଧମାଳର ଆର୍ଥôକ ସ୍ଥିତିର ହେବ ବିକାଶ
ଦୁର୍ନୀତି, ଭ୍ରଷ୍ଟାଚାର ଓ ଅହଂକାରରେ ବୁଡି ରହିଥିବା ବିଜେଡି ସରକାରର କନ୍ଧମାଳର ଆଦିବାସୀଙ୍କ ପ୍ରତି ଘୋର ଅନ୍ୟାୟ କରୁଛି
ଗଣତନ୍ତ୍ରକୁ ହତ୍ୟା କରିଥିବା ବିଜେଡି ସରକାରର ଏକଛତ୍ରବାଦ ଶାସନକୁ ବରଦାସ୍ତ କରିବେ ନାହିଁ ଓଡ଼ିଶାବାସୀ
“ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳେଶପଟାସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଆଶ୍ରମରୁ କଳସରେ ମାଟି ସଂଗ୍ରହ କଲେ ରାଜ୍ୟ ସଭାପତି
କଳାହାଣ୍ଡି ଜିଲ୍ଲା ଗସ୍ତ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗ ଦେଇ ନର୍ଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଦନ ରାମପୁରସ୍ଥିତ ରାଣ୍ଡୋ ମାଝୀ ସ୍ମୃତିପୀଠ ଓ ଜଗନ୍ନାଥ ମନ୍ଦିରରୁ ମାଟି ସଂଗ୍ରହ କଲେ ରାଜ୍ୟ ସଭାପତି
କନ୍ଧମାଳ/ଭୁବନେଶ୍ୱର, ତା.୦୬/୧୦: ସାରା ବିଶ୍ୱର ୭୫ଭାଗ ହଳଦୀ ଭାରତରେ ଉତ୍ପାଦନ ହୁଏ ଏବଂ ଭାରତବର୍ଷ ବିଦେଶକୁ ୬୨ପ୍ରତିଶତ ହଳଦୀ ରପ୍ତାନୀ କରେ । ହଳଦୀ ଚାଷରେ ଭାରତ ୫ମ ରାଜ୍ୟ ହେଉଛି ଓଡିଶା । ୨୦୩୦ ମସିହା ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ୧ବିଲିୟନ ଆମେରିକା ଡଲାରକୁ ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ରର ମୋଦି ସରକାର । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଜୀ “ଜାତୀୟ ହଳଦୀ ବୋର୍ଡ” ଗଠନ କରିଛନ୍ତି । ଦକ୍ଷତା ବିକାଶ ବିଭାଗ, ପାରିପାଶ୍ୱର୍ିକ ପ୍ରଶିକ୍ଷଣ, ହଳଦୀ ଚାଷ ପାଇଁ ପ୍ରୋତ୍ସାହନ, ଧାର୍ଯ୍ୟ ବଜାର ଦର, ଆବଶ୍ୟକୀୟ ବ୍ୟବସ୍ଥା ‘ଜାତୀୟ ହଳଦୀ ବୋର୍ଡ’ର ପରିସର ଭିତରେ ରହିବ । ଏହା ଦ୍ୱାରା ବିଶେଷ ଭାବେ ପ୍ରସିଦ୍ଧ ଲାଭ କରିଥିବା କନ୍ଧମାଳ ଜିଲ୍ଲାର ହଳଦୀର ଚାହିଦା ବୃଦ୍ଧି ପାଇବା ସହିତ ଜିଲ୍ଲାର ଚାଷୀ ଭାଇଭଉଣୀମାନେ ସର୍ବାଧିକ ଲାଭାନ୍ୱିତ ହେବ ଏବଂ ତାଙ୍କର ଆର୍ଥୀକ ଅଭିବୃଦ୍ଧି ହେବ । ଓଡିଶା ସମେତ କନ୍ଧମାଳର ଲକ୍ଷାଧିକ ହଳଦୀ ଚାଷୀଙ୍କ ମନବଳ ଦୃଢ଼ କରିବା ସହ ତାଙ୍କୁ ଆଗକୁ ବଢ଼ିବାର ନୂଆପଥ ଦେଖାଇଥିବାରୁ ଓଡ଼ିଶାବାସୀ ତଥା କନ୍ଧମାଳର ହଳଦୀ ଚାଷୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
କନ୍ଧମାଳ ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବାଲିଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ୫୬ ପ୍ରତିଶତ ଜଙ୍ଗଲ ସମ୍ପଦ ରହିଛି । କନ୍ଧମାଳ ଜିଲ୍ଲା ପ୍ରାକୃତିକ ସମ୍ପଦ, ଉର୍ବର ମାଟି, ପର୍ଯ୍ୟଟନ, ଖଣିଜ ପଦାର୍ଥରେ ଭରପୁର, କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କନ୍ଧମାଳବାସୀଙ୍କ ଆର୍ଥôକ ବିକାଶ ହେବା ସମ୍ଭବ ହେଉନାହିଁ । ମୋଦି ସରକାର କନ୍ଧମାଳର ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଉଛନ୍ତି କିନ୍ତୁ ରାଜ୍ୟ ସରକାର ଆନ୍ତରିକତା ଅଭାବରୁ ଏହା ବିଫଳ ହୋଇଛି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ହେଲେ ଦାଦନ ଖଟୁଥିବା ଲୋକ ଉପକୃତ ହେବା ସହ ସେମାନଙ୍କର ଆର୍ଥôକ ସ୍ଥିତିର ବିକାଶ ହେବ । ପର୍ଯ୍ୟଟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଓଡ଼ିଶାରେ କେତେ ଲୋକ ଦାଦନ ଖଟୁଛନ୍ତି ତାହାର ହିସାବ ରଖିବାକୁ ରାଜ୍ୟ ସରକାରଙ୍କୁ ଡର ଲାଗୁଛି । ୨୩ ବର୍ଷର ବିଜେଡି ସରକାରରେ କନ୍ଧମାଳରେ କୃଷି ଓ ପର୍ଯ୍ୟଟନ ଶିଳ୍ପର କୌଣସି ବିକାଶ ହୋଇନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଅନେକ କୃଷକକଲ୍ୟାଣ ଯୋଜନାକୁ ସଫଳ ଭାବେ ରୂପାୟନ କରିଛନ୍ତି କିନ୍ତୁ, ଓଡିଶାରେ ବିଜେଡି ସରକାର ଏ ସମସ୍ତ ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ପହଂଚାଇବାରେ ବିଫଳ ହୋଇଛନ୍ତି । ଚାଷୀମାନଙ୍କୁ ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ନମିଳିବାରୁ ଅଭାବୀ ବିକ୍ରୀର ଶିକାର ହୋଇ ଆର୍ଥୀକ ସଂକଟର ସମ୍ମୁଖୀନ ହେଉଛନ୍ତି । ଧାନ, ହଳଦୀ ଓ ପରିବାର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ । ଜଙ୍ଗଲଭରା ଓ ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥୀକ ସହାୟତା ସତ୍ୱେ ‘ଫରେଷ୍ଟ ମାଇନର୍ ପ୍ରଡକ୍ଟ’ ବା ଲଘୁଜାତ ବନଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କନ୍ଧମାଳରେ କୃଷକଙ୍କ ପାଖରୁ ଧାନକିଣା ଠିକ୍ଭାବରେ ହେଉନାହିଁ କି ମଣ୍ଡିଖୋଲୁ ନାହିଁ । ଫଳରେ କୃଷକ ଧାନର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି । ୨୩ବର୍ଷ ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର କରିବାରେ ଫେଲ ମାରିଛି । ଏହା ହୋଇଥିଲେ କନ୍ଧମାଳ ଅଂଚଳର ଲୋକଙ୍କ ଜୀବନଧାରା ବଦଳି ଯାଆନ୍ତା । ଦୁର୍ନୀତି, ଭ୍ରଷ୍ଟାଚାର ଓ ଅହଂକାରରେ ବୁଡି ରହିଥିବା ବିଜେଡି ସରକାରର କନ୍ଧମାଳର ଆଦିବାସୀଙ୍କ ପ୍ରତି ଘୋର ଅନ୍ୟାୟ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି । ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲାଗସ୍ତ କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟରେ ଗଣତନ୍ତ୍ର ବିପଦରେ ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ବିଜେଡି ନେତାମାନେ ଗୃହବନ୍ଦୀ । ଶାସନ ବ୍ୟବସ୍ଥାକୁ ବ୍ୟକ୍ତିଗତ ସଚିବଙ୍କ ହାତକୁ ଚାଲିଯାଇଛି । ଓଡ଼ିଶାବାସୀ ଗଣତନ୍ତ୍ରକୁ ହତ୍ୟା କରିଥିବା ବିଜେଡି ସରକାରର ଏକଛତ୍ରବାଦ ଶାସନକୁ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନ, ମୁଦ୍ରା ଲୋନ, ଓଡ଼ିଶାରେ ଏସଏଚଜିମାନଙ୍କୁ ଅଗ୍ରାଧିକାର ଭିତିିରେ କମ ସୁଧରେ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା ମହିଳାଙ୍କ ସମ୍ମାନକୁ ବଢାଇଛି । ପ୍ରଧାନମନ୍ତ୍ରୀ ମୋଦି କୋଟି କୋଟି ମା’ ଓ ଭଉଣୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉଜ୍ଜ୍ୱଳା ଯୋଜନା ଜରିଆରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ବର୍ତମାନ ୧୦.୩୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଅଛନ୍ତି ଏବଂ ସେଥିମଧ୍ୟରୁ ଓଡିଶାରେ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ପ୍ରଧାନମନ୍ତ୍ରୀ ଐତିହାସିକ ନାରୀଶକ୍ତି ବନ୍ଦନ ବିଲ୍ ପାସ୍ କରିଛନ୍ତି । ଗତ ୯ ବର୍ଷର ମୋଦି ସରକାର ଅମଳରେ ଦେଶର ମହିଳାଙ୍କ ଜୀବନଧାରାରେ ଅନେକ ପରିବର୍ତନ ଆସିପାରିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
କଂଗ୍ରେସ ସରକାର ୨୦୦୪ ରୁ ୨୦୧୪ର ୧୦ବର୍ଷରେ ୨ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଇଥିଲା । ମୋଦି ସରକାର ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଦେଲେ ଓଡ଼ିଶାକୁ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ହାତଖୋଲା ସାହାଯ୍ୟ କରିଥିବାରୁ ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ପୂର୍ବ ଭାରତ ବିକାଶର ପରିକଳ୍ପନାରେ ଓଡ଼ିଶା ପ୍ରାଥମିକତାରେ ରହିଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବା ସହ କନ୍ଧମାଳକୁ ୮ଟି ଏକଲବ୍ୟ ସ୍କୁଲ ଦେଇଥିବାରୁ ଶ୍ରୀ ସାମଲ କେନ୍ଦ୍ର ସରକାରଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପଦ୍ମଚରଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଂଯୋଜିକା କଳ୍ପନା କହଁର ପ୍ରମୁଖ ଉପସ୍ଥିତ ଥିଲେ ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ, ଜଳେଶପଟା (ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ) ଆଶ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ସାମଲ ଆଶ୍ରମରୁ କଳସରେ ମାଟି ସଂଗ୍ରହ କରିଥିଲେ । ଏଥିସହ କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀ ମଦନ ରାଣ୍ଡୋ ମାଝୀ ସ୍ମୃତିପୀଠ ଓ ଜଗନ୍ନାଥ ମନ୍ଦିରରୁ ମାଟି ସଂଗ୍ରହ କରିଥିଲେ ଶ୍ରୀ ସାମଲ । ଏହାପରେ କଳାହାଣ୍ଡିର ମଦନ ରାମପୁର ରାଣ୍ଡୋ ମାଝୀ ସ୍ମୃତି ପୀଠ ଓ ଶ୍ରୀରାମ ମନ୍ଦିରରୁ ମାଟି ସଂଗ୍ରହ କରିଥିଲେ ଶ୍ରୀ ସାମଲ । ଶ୍ରୀ ସାମଲ ମଦନପୁର ନର୍ଲା ବିଧାନସଭା କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଶପଥ ପାଠ କରାଇଛନ୍ତି । ଏହାପରେ ଲାଂଝିଗଡ ଏବଂ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ ସମ୍ମିଳନୀରେ ଯୋଗ ଦେଇଥିଲେ ଶ୍ରୀ ସାମଲ ।