Odisha news

ରଣପୁର ପଞ୍ଚାୟତ ସମିତି ଉପାଧକ୍ଷ ଙ୍କ ଦାଦାଗିରି : ମହିଳା କର୍ମଚାରୀ ଆସନ୍ନମାନ କରି କାର୍ଯ୍ୟାଳୟ ଦଖଲ

0
ରଣପୁର : ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଏକ ଅଶୋଭନୀୟ ଘଟଣା ଘଟିଥିବା ଅଭିଯୋଗ ହେଉଛି.. ପଞ୍ଚାୟତ ସମିତି ଉପାଧକ୍ଷ  ଜୋରଜବରଦସ୍ତ ଏବିଡ଼ିଓ କାର୍ଯ୍ୟାଳୟ ନିଜ ଦଖଲ କୁ ନେବା ସହିତ କାର୍ଯ୍ୟ ରେ ଥିବା ମହିଳା ଆକାଉଟାଣ୍ଟ ଙ୍କୁ ଦୃବ୍ୟବହାର କରିଥିବା ଜଣାପଡିଛି ଏନେଇ ରଣପୁର ପଞ୍ଚାୟତ ସମିତି ଅଧକ୍ଷ ନିର୍ମଳା ବେହେରେ ଗଣମଧ୍ୟ୍ୟମ ଙ୍କୁ ସୂଚନା ପ୍ରଦାନ କରିଛନ୍ତି…
ସୂଚନା ଅନୁସାରେ ଗତ ମାସ ଏପ୍ରିଲ 30 ତାରିଖ ରେ ରଣପୁର ପଞ୍ଚାୟତ ସମିତି ର  ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅବସର ଗ୍ରହଣ କରିଥିବା ବେଳେ ଆଜି  ସୋମବାର ଦାଇତ୍ୱ ରେ ଥିବା ମହିଳା ଆକାଉଟାଣ୍ଟ  ଅଫିସ କାର୍ଯ୍ୟାଳୟ ନିଜ ଅଫିସ କାର୍ଯ୍ୟ କରୁଥିବା ବେଳେ ହଠାତ ଉପାଧକ୍ଷ ନିଜର ଦୁଇ ଚାରି ଜଣ ସମର୍ଥକ ଙ୍କ ସହିତ ଆସି କାର୍ଯ୍ୟଳୟ ରେ ଜବରଦସ୍ତ ପଶିବା ସହିତ ମନଇଚ୍ଛା ଅତିରିକ୍ତ ଗୋଷ୍ଠି  ଉନ୍ନୟନଅଧିକାରୀ ଙ୍କ ବୋର୍ଡ ହଟାଇ ନିଜ ନାମ ର ବୋର୍ଡ ଲଗାଇବା ସହିତ ନିଜ  କାର୍ଯ୍ୟାଳୟ କରିଥିଲେ ଏବଂ  ନିଜ ଜିନିଷ ପକାଇଥିବା ବେଳେ ଏନେଇ ମହିଳା କର୍ମଚାରୀ ବାରଣ କରିବା ପରେ ମଧ୍ୟ୍ୟ ସେ ତାଙ୍କ କଥା ନଶୁଣି ଦୃବ୍ୟାବହାର ପଦର୍ଶନ  କରିଥିବା ଅଭିଯୋଗ ହେଇଛି l
ଏହା ଜାଣିବା ପରେ ବ୍ଲକ ଅଧକ୍ଷ ନିର୍ମଳା ବେହେରା ବ୍ଲକ ରେ ପହଞ୍ଚି ଏହାକୁ ବାରଣ କରିବା ସହିତ ଏନେଇ ବିଡ଼ିଓ ଙ୍କୁ  ଏ ସମ୍ପର୍କେ ଜଣାଇବା ସହିତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଧେଶ ଦେଇଛନ୍ତି ତେବେ ବିଡ଼ିଓ ଛୁଟି ରେ ଥିବା ଜଣାପଡିଛି ତେବେ ପୂର୍ବରୁ କ୍ଷମତା ଅପବ୍ୟବହାର ନେଇ ଉପାଧକ୍ଷ ଙ୍କ ନାମରେ ଥିବା ଜଣାପଡିଛି..ଏହା ପୂର୍ବ ଥର ରଣପୁର ବ୍ଲକ ଅଧକ୍ଷା ପଦ ପ୍ରଭାତ ଙ୍କ ସମ୍ପର୍କୀୟ ପୁତୁରା ବୋହୁ ହୋଇଥିବା ବେଳେ ଉପାଧକ୍ଷ ନିଜେ ପଞ୍ଚାୟତ ସମିତି ଅଧକ୍ଷ ପ୍ଲେଟ ମାରି ଗାଡି ବ୍ୟବହାର କରୁଥିବା ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ ହେଇଛି ଏବଂ ବ୍ଲକ ର  ଅର୍ଥ ବ୍ୟାପକ ହେରଫେର ନେଇ ବର୍ତମାନ ର ଅଧକ୍ଷା ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି… ତେବେ କ୍ଷମତା ରୁ ହଟିବା ପରେ ହତୋତ୍ସାହିତ ହୋଇ ଏଭଳି କାର୍ଯ୍ୟ କରୁଥିବା ନେଇ ଜିଲ୍ଲା ବିଜେପି ର ସାଧାରଣ ସମ୍ପାଦକ ତାପସ ରଞ୍ଜନ ମାର୍ଥା ଗଣମାଧ୍ୟମ ଙ୍କୁ ସୂଚନା ପ୍ରଦାନ କରିଛନ୍ତି ଏନେଇ ପତିକ୍ରୀୟା ନେବା ପାଇଁ ରଣପୁର ବିଡ଼ିଓ ଜ୍ୟୋତି ରଞ୍ଜନ ସେଠି ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ୍ୟ ସେ ଫୋନ ଉଠେଇ ନଥିଲେ ତେବେ ସୂଚେଇ ଦିଆ ଯାଉଛି କି ପୂବରୁ ରଣପୁର ପଞ୍ଚାୟତ ସମିତି ଅଧକ୍ଷା ପଦ ବିଜେଡି ହାତରେ ଥିବା ବର୍ତମାନ ତାହା ବିଜେପି ହାତରେ ଅଛି ଯାହାକି ରଣପୁର ରାଜନୀତି ବେଶ ସରଗରମ ହେଉଛି
Leave A Reply