Odisha news

ବଜ୍ରପାତରେ ମୃତକଙ୍କ ପରିବାରକୁ ଭେଟିଲେ ନାରୀନେତ୍ରୀ

0

ନିରାକାରପୁର,୧/୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ ପଞ୍ଚାୟତ ଅଧିନସ୍ଥ ହରିପୁର ଗ୍ରାମର ଜଳନ୍ଧର ସାମନ୍ତରାୟ ଚାଷ ଜମିରେ କାର୍ଯ୍ୟରେ ବେସ୍ତଥିଲା ବେଳେ ବଜ୍ରପାତ ଘଟି ମୃତ୍ୟୁ ବରଣ କରିଥିଲେ l ସେହିପରି 27ବର୍ଷୀୟ ଉକ୍ତ ଗ୍ରାମର ସର୍ବେଶ୍ୱର ପାଲଟାସିଂହ ହୃଦଘାତରେ ଅକାଳ ବିୟୋଗ ହୋଇଥିବା ଖବର ପାଇଁ ଉକ୍ତ ଉଭୟ ମୃତକଙ୍କ ପରିବାରକୁ ଭେଟିଥିଲେ ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର l ଶୋକ ସନ୍ତପ୍ତ ପରିବାରଙ୍କ ଦୁଃଖରେ ସମଦୁଃଖୀ ହୋଇ ଆଶ୍ୱାସନା, ସମବେଦନା ଜଣାଇବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଉଭୟ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ମହାପାତ୍ର l ଅନ୍ୟମାନଙ୍କ ମଧ୍ୟରେ ଖୋରଧା ବିଜୁ ମହିଳା ଜନତା ଦଳର ସଭାପତି ଗୀତାଞ୍ଜଳି ପାଟଶାଣୀ, ସ୍ଥାନୀୟ ସରପଞ୍ଚ ରଘୁନାଥ ମାଝୀ, ସମୀର ଜେନା ପ୍ରମୁଖ ଉପସ୍ଥିତ ଥିଲେ

Leave A Reply