Odisha news

୧୦୯ ବର୍ଷୀୟା ରାନୀ ମା’ ହସ୍ପିଟାଲ ଦେଖିନାହାନ୍ତି

0

ରାଜସ୍ଥାନ : ରାଜସ୍ଥାନ ସିକର ଜିଲା ନିମକଥାନା ଅଞ୍ଚଳରେ ସଜନା ରାୱଲ ଓରଫ୍‌ ରାନୀ ମା (୧୦୯) ଏବେ ସୁଦ୍ଧା ହସ୍ପିଟାଲ ଦେଖିନାହାନ୍ତି । ସେ କେବେ ରୋଗରେ ପଡ଼ିନାହାନ୍ତି । ଏ ବୟସରେ ବି ତାଙ୍କ ଉତ୍ସାହ ଯୁବପିଢ଼ିଙ୍କ ଭଳି । ସେ ଖୁବ୍‌ ସହଜରେ ଶିଡ଼ି ଚଢ଼ି ପାରୁଛନ୍ତି । ରାନୀ ମା’ ତାଙ୍କ ଇମୁ୍ୟନିଟି ପାୱାରର ପ୍ରଥମ କାରଣ ଶୃଙ୍ଖଳିତ ଦିନଚର୍ଯ୍ୟା ବୋଲି କହିଛନ୍ତି । ସକାଳୁ ଶୀଘ୍ର ଉଠିବା, ରାତିରେ ଜଲ୍‌ଦି ଶୋଇବା, ବିନା କୌଣସି ମେଶିନରେ ଘର କାମ ନିଜେ କରିବା ମୁଖ୍ୟ କଥା ବୋଲି କହିଛନ୍ତି । ସେ ବାହାର ଖାଦ୍ୟ ଖାଆନ୍ତି ନାହିଁ । ପ୍ରତିବର୍ଷ ଥଣ୍ଡାଦିନେ ଜୁଆଣି ଲଡୁ ଖାଇବାକୁ ଭୁଲନ୍ତି ନାହିଁ । ଗହମ ପରିବର୍ତ୍ତେ ବାଜରା ରୁଟି ତାଙ୍କୁ ବେଶ୍‌ ପସନ୍ଦ ।

Leave A Reply