୩୦ ମିନିଟରେ ଆସିବ କରୋନା ରିପୋର୍ଟ

ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍) ସମସ୍ତ ରାଜ୍ୟକୁ ଆଣ୍ଟିଜନ୍ ଟେଷ୍ଟ୍ ଅନୁମତି ଦେଇଛି । ଏଥିସହ ସମସ୍ତ ହସ୍ପିଟାଲ, ଅଫିସ୍ ଓ ପବ୍ଲିକ୍ ସେକଫର ୟୁନିଟକୁ ରାପିଡ୍ ଆଣ୍ଟିଜନ୍ ଟେଷ୍ଟ୍ କରିବାକୁ ପରାମର୍ଶ ଦେଇଛି । ଆଣ୍ଟିଜନ୍ ଟେଷ୍ଟ୍ କିଟ୍ ସାହାଯ୍ୟରେ କେବଳ ୩୦ ମିନିଟ ମଧ୍ୟରେ ରୋଗୀଙ୍କ ମଧ୍ୟରେ କରୋନା ସଂକ୍ରମଣର ସନ୍ଧାନ କରାଯାଇପାରିବ । ଏହି ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଲେ ଆରଟ୍-ପିସିଆର୍ ଟେଷ୍ଟ କରାଯାଏ । ଏହାର ଉଦ୍ଦେଶ୍ୟ ରୋଗୀ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲା କି ନାହିଁ ସନ୍ଧାନ କରିବା । ଏହି ଟେଷ୍ଟ୍ କିଟ୍ର ମୂଲ୍ୟ ମାତ୍ର ୪୫୦ ଟଙ୍କା ।